ଦିନେ ଯେଉଁଠି ଚାଲିଥିଲା ଦେହର ଖେଳ, ଆଜି ସେଠି ଧରାପଡ଼ିଲା ଧଳା ଜହର

ଜଳେଶ୍ୱର(ଅଜିତ କୁମାର): ଦିନେ ଯେଉଁଠି ଜମୁଥିଲା ଗରାଖଙ୍କ ଭିଡ଼। ଆଉ ଧାର୍ଯ୍ୟ ହେଉଥିଲା ଦେହର ଦର। ଆଜି ସେଠି ଚାଲିଥିଲା ନିଶାର ଖେଳ। ଆଉ ସେହି ଖେଳ କରୁଥିଲେ ଖୋଦ୍‌ ଜ୍ୱାଇଁପୁଅ! ତାଙ୍କ ସହିତ ଥିଲେ ଶାଶୂ ଓ ଚାକରାଣୀ। ଜ୍ୱାଇଁ, ଶାଶୂ ଓ ଚାକରାଣୀ ମିଳିମିଶି କରୁଥିଲେ ଧଳା ଜହରର ଖେଳ। ଆଜି ଏହାର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ ଓ ପୁଲିସ। ରାତି ଅଧିଆ ଚଢ଼ଉ କରି ଅଢ଼େଇ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର […]

Balasore

Balasore

Manoranjan Sial
  • Published: Tuesday, 19 October 2021
  • Updated: 19 October 2021, 09:59 PM IST

Sports

Latest News

ଜଳେଶ୍ୱର(ଅଜିତ କୁମାର): ଦିନେ ଯେଉଁଠି ଜମୁଥିଲା ଗରାଖଙ୍କ ଭିଡ଼। ଆଉ ଧାର୍ଯ୍ୟ ହେଉଥିଲା ଦେହର ଦର। ଆଜି ସେଠି ଚାଲିଥିଲା ନିଶାର ଖେଳ। ଆଉ ସେହି ଖେଳ କରୁଥିଲେ ଖୋଦ୍‌ ଜ୍ୱାଇଁପୁଅ! ତାଙ୍କ ସହିତ ଥିଲେ ଶାଶୂ ଓ ଚାକରାଣୀ। ଜ୍ୱାଇଁ, ଶାଶୂ ଓ ଚାକରାଣୀ ମିଳିମିଶି କରୁଥିଲେ ଧଳା ଜହରର ଖେଳ। ଆଜି ଏହାର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ ଓ ପୁଲିସ। ରାତି ଅଧିଆ ଚଢ଼ଉ କରି ଅଢ଼େଇ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଟାଉନ୍‌ ଝାଡ଼େଶ୍ୱରପୁର ଗାଁରେ ରହିଛି ସେକ୍‌ ମୁସ୍ତାର ଅଲ୍ଲୀଙ୍କ ଶ୍ୱଶୁର ଘର। ସେ ସେଠାରେ ତାଙ୍କ ଶାଶୂ ଓ ଚାକରାଣୀ ସହ ମିଶି କରୁଥିଲା ବ୍ରାଉନ୍‌ସୁଗର କାରବାର। ରାଜଧାନୀ ଭୁବନେଶ୍ୱର ଚାଲାଣ ପାଇଁ ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ଆଣିଥିବା ଦୁଇ କେଜି ୬୭୫ ଗ୍ରାମ୍‌ ବ୍ରାଉନସୁଗର। ତାକୁ ଚାଲାଣ ପାଇଁ ଯୋଜନା କରାଯାଉଥିଲା। ଏ ସମ୍ପର୍କରେ ଜାଣିବାକୁ ପାଇଲା ଜଳେଶ୍ୱର ଅବକାରୀ ବିଭାଗ ଓ ପୁଲିସ୍‌।

ସୋମବାର ବିଳମ୍ୱିତ ରାତିରେ ଅବକାରୀ ବିଭାଗ ଓ ପୁଲିସ୍‌ ବିଭାଗର ୩୫ ଜଣିଆ ଟିମ୍‌ ମିଳିତ ଭାବେ ଉକ୍ତ ଘରେ ଚଢ଼ଉ କରିଥିଲା। ସେକ୍‌ ମୁସ୍ତାର ଅଲ୍ଲୀଠାରୁ ଦେଢ଼ କେଜି, ତାଙ୍କ ଶାଶୂ ଓ ଚାକରାଣୀଙ୍କଠାରୁ ବାକି ବ୍ରାଉନ୍‌ସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ଅଢ଼େଇ କୋଟିରୁ ଅଧିକ ଟଙ୍କା ହେବ। ଏହି ମାମଲାରେ ପୁଲିସ ଓ ଅବକାରୀ ବିଭାଗ ସେକ ମୁସ୍ତାର, ତାଙ୍କ ଶାଶୂ ଓ ଚାକରାଣୀଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ସେକ୍‌ ମୁସ୍ତାର ସ୍ତ୍ରୀ ଓ ଅନ୍ୟ ଜଣେ ଚାକରାଣୀଙ୍କୁ ଛାଡ଼ି ଦେଇଛି।

ଗତ ୩ ମାସରେ ବାଲେଶ୍ୱର ଜିଲ୍ଲାରୁ ୭ କେଜି ବ୍ରାଉନ୍‌ସୁଗର ଜବତ ହୋଇଛି। ସେଥିରୁ ଜଳେଶ୍ୱରରୁ ୫ କେଜି ରହିଛି। ଏହି ମାମଲାରେ ଅବକାରୀ ଓ ପୁଲିସ ମିଳିତ ଭାବେ ୬୪ ଜଣକୁ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର।

ସୂଚନାରୁ ପ୍ରକାଶ, ଆଜି ଯେଉଁଠୁ ବ୍ରାଉନ୍‌ସୁଗାର ଜବତ ହୋଇଛି ସେଠାରେ ଚାଲିଥିଲା ଏକ ହୋଟେଲ୍‌। ନାଁ ତା’ର ଥିଲା ଡାଇମଣ୍ଡ ହୋଟେଲ୍‌।ଆଉ ସେଠାରେ ଚାଲୁଥିଲା ଦେହ ବେପାର। ଧାର୍ଯ୍ୟ ହେଉଥିଲା ଦେହର ଦାମ। ପଶ୍ଚିମବଙ୍ଗରୁ ଯୁବତୀଙ୍କୁ ଅଣାଯାଇ ସେଠାରେ ଦେହ ବେପାରରେ ନିୟୋତ କରାଯାଉଥିଲା। ଏନେଇ ଓଡ଼ିଶା ରିପୋର୍ଟରରେ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ପୁଲିସ। ପରବର୍ତ୍ତୀ ସମୟରେ ପୁଲିସ ଉକ୍ତ ହୋଟେଲ୍‌ରେ ଚଢ଼ଉ ଅଭିଯୁକ୍ତକୁ ଗିରଫ କରିବା ସହିତ ହୋଟେଲ୍‌କୁ ସିଲ୍‌ କରିଥିଲା।

ଏବେ ସେଠି ଚହୁଛନ୍ତି ସେକ୍‌ ମୁସ୍ତାର ଅଲ୍ଲୀଙ୍କ ପରିବାର। ସେ ସେଠାରେ ତାଙ୍କର ଶାଶୂ ସହ ରହୁଛନ୍ତି। ଆଉ ମେଲାଇଛନ୍ତି ଧଳା ଜହର ବେପାର। ପଶ୍ଚିମବଙ୍ଗରୁ ଆଣୁଥିବା ମାଲ୍‌ ରାଜଧାନୀ ଭୁବନେଶ୍ୱରକୁ ଚାଲାଣ କରିବା ପାଇଁ ସେଠାରେ ରଖାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos