ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଗଞ୍ଜେଇ ମାଫିଆଙ୍କ ବୁଦ୍ଧି ମାନିବାକୁ ପଡ଼ିବ। ଗଞ୍ଜେଇ ଉପରେ ବାଇଗଣ ରଖି କୋଲକାତାକୁ ଚାଲାଣ କରାଯାଉଥିଲା। ଦୁର୍ଭାଗ୍ୟକୁ ଚାଲାଣ ହେଉଥିବା ଗଞ୍ଜେଇ ପୁଲିସ ହାବୁଡ଼ରେ ପଡ଼ିଗଲା। ଏପରି ଘଟଣା ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଞ୍ଚଳରେ ଘଟିଛି।
ଗତକାଲି ରାତିରେ ବାଉଁଶୁଣୀ ଥାନା ସାହାଜପାଲ ନିକଟରେ ଗୋଟିଏ ବାଇଗଣ ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ପୁଲିସ ଅଟକାଇଥିଲା। ପରେ ଗାଡିଟିକୁ ଯାଞ୍ଚ କରିବାରୁ ୪୦ କିଲୋଗ୍ରାମ୍ ଗଞ୍ଜେଇ ବାହାରିଥିଲା। ପୁଲିସ ଗଞ୍ଜେଇ ଓ ଭ୍ୟାନ୍ଟିକୁ ଜବତ କରିଥିଲା। ଏହି ମାମଲାରେ ୫ ଜଣକୁ ଗିରଫ କରି କରିଥିଲା। ଥାନା ଅଧିକାରୀ ସୁବାଷ ରାୟଗୁରୁଙ୍କ ନେତୃତ୍ୱରେ ହୋଇଥିଲା ଚଢ଼ଉ।
ଜବତ୍ ପିକ୍ଅପ୍ ଭ୍ୟାନ୍ରେ ତଳେ ଗଞ୍ଜେଇ ଓ ଉପରେ ବାଇଗଣ ରଖାଯାଇଥିଲା। ଏହି ଗଞ୍ଜେଇ ବୌଦ୍ଧରୁ କୋଲକତା ଚାଲାଣ ହେଉଥିଲା। ତେବେ କେତେଦିନ ଧରି ଗଞ୍ଜେଇ ଚାଲାଣ ହେଉଥିଲା? ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି? ପୁଲିସ ତାହା ଉପରେ ତନ୍ତ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।