ରାଉରକେଲା(ପବନ ତିୱାରୀ): ରାଉରକେଲାରେ ଛୁଆ ବିକ୍ରି ରାକେଟର ଫର୍ଦ୍ଦାପାସ ହୋଇଛି। ଏହି ମାମଲାରେ ପ୍ଲାଣ୍ଟ ସାଇଟ୍ ଥାନା ପୁଲିସ ୫ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ମୋବାଇଲ ଜବତ ହୋଇଛି। ମୋବାଇଲରେ ଛୁଆ ବିକ୍ରି ରାକେଟର ତଥ୍ୟ ରହିଥିବା ପୁଲିସ କହିଛିି।
ଗଲା କିଛି ମାସ ଏଠାରେ କିଛି ଧନୀ ଶ୍ରେଣୀର ମହିଳା ଏହି ରାକେଟ୍ ଚଳାଇ ଆସୁଥିଲେ। ଏମାନେ ରାଉରକେଲା ସହରରୁ ଗରିବ ଶିଶୁଙ୍କୁ ଲକ୍ଷାଧିକ ଟଙ୍କାରେ ଝାରଖଣ୍ଡ ଓ ଛତିଶଗଡରେ ବିକ୍ରି କରିଆସୁଥିଲେ। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ରାକେଟରେ ଆଉ କିଛି ମହିଳାଙ୍କ ହାତ ଥିବା ପୁଲିସ କହିଛି। ତେବେ ତଦନ୍ତରେ ସମସ୍ୟା ହେବା ଆଶଙ୍କାରେ ପୁଲିସ ସେମାନଙ୍କ ନାଁ ପ୍ରକାଶ କରିନାହିଁ। ସେପଟେ ରାଉରକେଲା ସହରରେ ଏପରି ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।