ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କିନ୍ନର କରୁଥିଲେ ବ୍ରାଉନ୍ ସୁଗର ବେପାର। ପାଟ୍ରୋଲିଂ କରୁଥିବା ପୁଲିସ ତାଙ୍କୁ ଗିରଫ କରିଥିବା ବେଳେ ୭ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ କରିଛି। ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଆସିଛି ଏପରି ଖବର।
ଖୋର୍ଦ୍ଧା ଜିଲ୍ଲା ବାଣପୁର ରବି ବେହେରା ଓରଫ ରାକ୍ଷୀ କିନ୍ନର ବ୍ରାଉନ୍ ସୁଗର ଧରି ରାସ୍ତାରେ ଯାଇଥିଲା। ତେବେ ପୁଲିସକୁ ଦେଖି ସେ ହଡ୍ବଡେଇ ଯାଇଥିଲା। ପରେ ପାଖରେ ରଖିଥିବା ବ୍ରାଉନ୍ ସୁଗର ଫିଙ୍ଗି ଦେଇଥିଲା। ପୁଲିସ ସଙ୍ଗେ ସଙ୍ଗେ ତଳେ ପଡ଼ିଥିବା ବାଉନ୍ ସୁଗରକୁ ଜବତ କରିଥିଲା। ଯାହାର ଆନୁମାନିକ ଓଜନ ୭୨ ଗ୍ରାମ୍ ହେବ। ଜବତ ବ୍ରାଉନ୍ ସୁଗର ମୂଲ୍ୟ ୭ ଲକ୍ଷ ୨୦ ହଜାର ଟଙ୍କା ହେବ। ଏହା ପରେ ପୁଲିସ ରାକ୍ଷୀଙ୍କୁ ଗିରଫ କରିଥିଲା। ତେବେ ସେ କେତେ ଦିନ ଧରି ଏହି ବେପାର କରୁଥିଲା, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।