ଆଶ୍ରମରେ ଚାଲିଥିଲା ଗଞ୍ଜେଇ ବେପାର! ବାବାଙ୍କ ସମେତ ୩ ଗିରଫ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଆଶ୍ରମରେ ବେଧଡକ ଚାଲିଥିଲା ଗଞ୍ଜେଇ ବେପାର। ଆଉ ବାବା କରୁଥିଲେ ଗଞ୍ଜେଇ ବେପାର! କୌଣସି ସୂତ୍ରରୁ ଖବର ପାଇଁ ପୁଲିସ ଅଚାନକ ଚଢ଼ଉ କରି ଗଞ୍ଜେଇ ଜବତ କରିବା ସହିତ ବାବାଙ୍କୁ ଗିରଫ କରିଛି। ଆଜି ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରୁ ଆସିଛି। ପୁଲିସ ଗଞ୍ଜେଇ ବେପାର ଅଭିଯୋଗରେ ବାବାଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାକଟିଦେଉଳ ଥାନା ଚହଟପଦା ଗାଁରେ ରହିଛି ପଞ୍ଚୁପାଣ୍ଡବ […]

baba

baba

Manoranjan Sial
  • Published: Friday, 25 June 2021
  • , Updated: 25 June 2021, 06:50 PM IST

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଆଶ୍ରମରେ ବେଧଡକ ଚାଲିଥିଲା ଗଞ୍ଜେଇ ବେପାର। ଆଉ ବାବା କରୁଥିଲେ ଗଞ୍ଜେଇ ବେପାର! କୌଣସି ସୂତ୍ରରୁ ଖବର ପାଇଁ ପୁଲିସ ଅଚାନକ ଚଢ଼ଉ କରି ଗଞ୍ଜେଇ ଜବତ କରିବା ସହିତ ବାବାଙ୍କୁ ଗିରଫ କରିଛି। ଆଜି ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରୁ ଆସିଛି। ପୁଲିସ ଗଞ୍ଜେଇ ବେପାର ଅଭିଯୋଗରେ ବାବାଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ନାକଟିଦେଉଳ ଥାନା ଚହଟପଦା ଗାଁରେ ରହିଛି ପଞ୍ଚୁପାଣ୍ଡବ କ୍ରୀଡ଼ା ସ୍ଥଳୀ ଆଶ୍ରମ। ରେଢ଼ାଖୋଲ- ନାକଟିଦେଉଳ ଜାତୀୟ ରାଜପଥ ରାସ୍ତା କଡ଼ରେ ଥିବା ଏହି ଆଶ୍ରମରେ ଗୁରୁବାର ରାତିରେ ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଗଞ୍ଜେଇ ବସ୍ତା ଜବତ ହୋଇଥିଲା। ଯାହାର ଓଜନ ଦୁଇ କ୍ୱିଣ୍ଟାଲ୍‌ରୁ ଅଧିକ ହେବ। ଜବତ ଗଞ୍ଜେଇ ଫୁଲବାଣୀ ଅଞ୍ଚଳରୁ ଆସିଥିଲା। ପରବର୍ତ୍ତୀ ସମୟରେ ଏହି ଗଞ୍ଜେଇକୁ ଆଶ୍ରମରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଇବାରେ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।

ପୁଲିସ ଗଞ୍ଜେଇ ଜବତ କରିବା ସହିତ ଆଶ୍ରମର ମୁଖ୍ୟ ବାବା ତ୍ରୀଲୋଚନ ଦାସ ଓରଫ ଦହି ବାବାଙ୍କ ସମେତ ସୁମନ୍ତ ସାହୁ ଓ ଦୁଃଶାସନ ସାହୁଙ୍କୁ ଗିରଫ କରିଛି। ତେବେ ଏହି କାରବାର କେତେଦିନ ଧରି ଚାଲିଥିଲା ଓ ଆଉ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ପୁଲିସ ତାହା ଉପରେ ତଦନ୍ତ କରୁଛି।

Related story