ଗୁଳି କରି ଖସିଯିବାକୁ ଉଦ୍ୟମ କରୁଥିଲା, ଧରାପଡ଼ିଲା

ଜୟପୁର(ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦାନ୍ତ ଅପରାଧୀ ଏସ୍‌.କେ ଅଖତାରକୁ ଗିରଫ କରିଛି ପୁଲିସ୍‌। କୋରାପୁଟ ଜିଲ୍ଲା ଜୟପୁର ଇରିଗେସନ୍ କଲୋନୀ ନିକଟରେ ଗୁଳି ବିନିମୟ ପରେ ପୁଲିସ୍ ତାକୁ ଧରିବାରେ ସଫଳ ହୋଇଛି। ତେବେ ଅଖତାରର ଦୁଇ ସହଯୋଗୀ ପୁଲିସ୍‌କୁ ଚକମା ଦେଇ ଖସିଯିବାରେ ସଫଳ ହୋଇଛନ୍ତି। ଅଖତାର ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଗୁଳି ଓ ଗୋଟିଏ ମୋବାଇଲ୍ ଜବତ କରାଯାଇଛି। ତା’ ନାଁରେ ହତ୍ୟା ସମେତ ଅନେକ ମାମଲା ରହିଛି। ଗତକାଲି ବିଳମ୍ବିତ ରାତିରେ […]

guli...

guli...

Tapaswini Nayak
  • Published: Friday, 21 December 2018
  • Updated: 21 December 2018, 09:13 AM IST

Sports

Latest News

ଜୟପୁର(ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦାନ୍ତ ଅପରାଧୀ ଏସ୍‌.କେ ଅଖତାରକୁ ଗିରଫ କରିଛି ପୁଲିସ୍‌। କୋରାପୁଟ ଜିଲ୍ଲା ଜୟପୁର ଇରିଗେସନ୍ କଲୋନୀ ନିକଟରେ ଗୁଳି ବିନିମୟ ପରେ ପୁଲିସ୍ ତାକୁ ଧରିବାରେ ସଫଳ ହୋଇଛି। ତେବେ ଅଖତାରର ଦୁଇ ସହଯୋଗୀ ପୁଲିସ୍‌କୁ ଚକମା ଦେଇ ଖସିଯିବାରେ ସଫଳ ହୋଇଛନ୍ତି।

ଅଖତାର ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଗୁଳି ଓ ଗୋଟିଏ ମୋବାଇଲ୍ ଜବତ କରାଯାଇଛି। ତା’ ନାଁରେ ହତ୍ୟା ସମେତ ଅନେକ ମାମଲା ରହିଛି।

ଗତକାଲି ବିଳମ୍ବିତ ରାତିରେ ଇରିଗେସନ୍ କଲୋନୀ ନିକଟରେ ଅଖତାର ଓ ତା’ର ଦୁଇ ସହଯୋଗୀ ବୁଲାବୁଲି କରୁଥିବା ନେଇ ପୁଲିସ୍‌ ଖବର ପାଇଥିଲା। ଏହା ପରେ ପୁଲିସ୍‌ ସେହି ଅଞ୍ଚଳରେ ଚଢ଼ାଉ କରିଥିଲା। ପୁଲିସ୍‌କୁ ଦେଖି ସେମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସ୍‌ ମଧ୍ୟ ଗୁଳି ଚଳାଇଥିଲା। ପୁଲିସ୍ ସେମାନଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳି ବିନିମୟ ପରେ ପୁଲିସ୍ ଅଖତାରକୁ କାବୁ କରିବାରେ ସଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos