ଗ୍ରହ ଶାନ୍ତି କରିବାକୁ ଆସି ପୂଜାରୀ କଲା ପାପ କାମ!

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗ୍ରହ ପୂଜା ଆଳରେ ଘୃଣ୍ୟକାମ। ସ୍ୱାମୀଙ୍କୁ ବାହରକୁ ପଠାଇ ପତ୍ନୀକୁ ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ସଙ୍ଗିନ ଅଭିଯୋଗ ମାଲକାନଗିରି ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପୂଜକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପଡିଆରୁ ଥାନା ଅଞ୍ଚଳରେ ଗୋଟିଏ ପରିବାରରେ ଅଶାନ୍ତି ଲାଗି ରହୁଥିଲେ। ଏହାର ସମାଧାନ ପାଇଁ ସମ୍ପୃକ୍ତ ପରିବାର ମୁରବୀ ଏମ୍‌ଭି-୬୬ ଗାଁର ପୂଜକ ଅପୂର୍ବ ପାଲଙ୍କ […]

Misbehave

Misbehave

Manoranjan Sial
  • Published: Wednesday, 18 November 2020
  • Updated: 18 November 2020, 04:50 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗ୍ରହ ପୂଜା ଆଳରେ ଘୃଣ୍ୟକାମ। ସ୍ୱାମୀଙ୍କୁ ବାହରକୁ ପଠାଇ ପତ୍ନୀକୁ ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ସଙ୍ଗିନ ଅଭିଯୋଗ ମାଲକାନଗିରି ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପୂଜକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପଡିଆରୁ ଥାନା ଅଞ୍ଚଳରେ ଗୋଟିଏ ପରିବାରରେ ଅଶାନ୍ତି ଲାଗି ରହୁଥିଲେ। ଏହାର ସମାଧାନ ପାଇଁ ସମ୍ପୃକ୍ତ ପରିବାର ମୁରବୀ ଏମ୍‌ଭି-୬୬ ଗାଁର ପୂଜକ ଅପୂର୍ବ ପାଲଙ୍କ ପାଖକୁ ଯାଇଥିଲେ। ଗ୍ରହଶାନ୍ତି ପାଇଁ ପୂଜାର୍ଚ୍ଚନା କଲେ ପରିବାରିକ ସମସ୍ୟା ଦୂର ହୋଇଯିବ ବୋଲି ପୂଜକ କହିଥିଲେ।

ପୂଜକଙ୍କ କହିବା ଅନୁସାରେ ପରିବାର ଲୋକେ ଗତ ଗୁରୁବାର ବିଳମ୍ୱିତ ରାତିରେ ପୂଜା ଆୟୋଜନ କରିଥିଲେ। ଗୋଟିଏ ଘର ହେଉଥିବା ପୂଜାରେ ଦମ୍ପତି ବସିଥିଲେ। ହେଲେ ପରିବାରର ଅନ୍ୟମାନେ ସବୁ ଶୋଇ ପଡିଲେ। ପରେ ପୂଜକ ପୂଜା ସାମଗ୍ରୀ ଫିଙ୍ଗିବା ପାଇଁ ମହିଳାଙ୍କ ସ୍ୱାମୀଙ୍କୁ ପରାମର୍ଶ ଦେଇଥିଲେ। ପୂଜକଙ୍କ କଥାରେ ମହିଳାଙ୍କ ସ୍ୱାମୀ ପୂଜା ସାମଗ୍ରୀ ଫିଙ୍ଗିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀଙ୍କୁ ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଏନେଇ ପଡିଆ ଥାନାରେ ପୀଡିତା ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos