ଏଇ ବାବୁ ଦୁଇ ଜଣ ଏମିତି କାମ କରି ଆଉ ମୁହଁ ଦେଖାଇ ପାରୁ ନାହାନ୍ତି

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଥାନାକୁ ଆସିଛନ୍ତି। ହେଲେ ଲାଜରେ ମୁହଁ ଦେଖାଇ ପାରୁ ନାହାନ୍ତି। ତେବେ କାହିଁକି ? କଥା ହେଉଛି ଲୋକଙ୍କୁ ସୁବିଧାରେ ପ୍ରଚୁର ଅର୍ଥ ରୋଜଗାରର ଲୋଭ ଦେଖାଇ ରାଉରକେଲାରେ ଏକ ଜାଲ କମ୍ପାନୀ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଜଣାପଡ଼ିଛି। ଠକେଇବା ଅଭିଯୋଗରେ ଗତକାଲି ଜଣକୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି କମ୍ପାନୀର ଅଧିକାରୀ ପ୍ରବୀର ସରକାର ଗିରଫ ହୋଇଥିବା ବେଳେ ଆଜି  ସୁବ୍ରତ ଦାସ […]

ccc

Tapas Behera
  • Published: Tuesday, 07 January 2020
  • , Updated: 07 January 2020, 06:06 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଥାନାକୁ ଆସିଛନ୍ତି। ହେଲେ ଲାଜରେ ମୁହଁ ଦେଖାଇ ପାରୁ ନାହାନ୍ତି। ତେବେ କାହିଁକି ? କଥା ହେଉଛି ଲୋକଙ୍କୁ ସୁବିଧାରେ ପ୍ରଚୁର ଅର୍ଥ ରୋଜଗାରର ଲୋଭ ଦେଖାଇ ରାଉରକେଲାରେ ଏକ ଜାଲ କମ୍ପାନୀ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଜଣାପଡ଼ିଛି। ଠକେଇବା ଅଭିଯୋଗରେ ଗତକାଲି ଜଣକୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି କମ୍ପାନୀର ଅଧିକାରୀ ପ୍ରବୀର ସରକାର ଗିରଫ ହୋଇଥିବା ବେଳେ ଆଜି  ସୁବ୍ରତ ଦାସ ନାମକ ଜଣେ ଠକଙ୍କୁ ଗିରଫ କରିଛି ପୁଲିସ।

ବାସନ୍ତି  କଲୋନୀ  BM/ 88 ରେ ଥିବା Port Revenue Pvt ଲିମିଟେଡ଼ ନାମକ ଏହି କମ୍ପାନୀ ର ଡିରେକ୍ଟର କହୁଥିବା ପ୍ରବୀର ସରକାର ଓରଫ ଅଜିତ ରାୟଙ୍କୁ ଉଦିତନଗର ଥାନା ପୁଲିସ ଗିରଫ କରିଛି । ଏହି କମ୍ପାନୀ ହଜାରେ କୋଟିର ବ୍ୟବସାୟ କରୁଥିବା  ଏବଂ ଚେନ୍ନାଇ ବନ୍ଦରରେ ଏହି କମ୍ପାନୀର ବ୍ୟବସାୟ ଚାଲିଥିବା ଦର୍ଶାଇ କମ୍ପାନୀ କର୍ତ୍ତୃପକ୍ଷ ରାଉରକେଲାରେ କମ୍ପାନୀ ଲାଗି ୨୦ ଜଣ ଏଜେଣ୍ଟ ନିଯୁକ୍ତି ଦେଇଥିଲା। ଏହି କମ୍ପାନୀରେ ଅର୍ଥ ଲଗାଇଲେ ଚାରି  ଘଣ୍ଟାରେ 2% ସୁଧ ଦିଆଯିବ କହି ଲୋକଙ୍କୁ ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକିବାର ସୁଚିନ୍ତିତ ଯୋଜନା ହୋଇଥିଲା ।

ବହୁ ଲୋକ ଅର୍ଥ ମଧ୍ୟ ଲଗାଇ ସାରିଥିଲେ । ଉଦିତନଗର ଥାନା ପୁଲିସ ଖବର ପାଇ ଉକ୍ତ କାର୍ଯ୍ୟାଳୟରେ ଚଢ଼ାଉ କରି କମ୍ପାନୀର ଜାଲ କାଗଜ ପତ୍ର , ପରିଚୟ ପତ୍ର ଆଦି ଜବତ କରି ପରିଚାଳକଙ୍କୁ ଗିରଫ କରିଛି । ଗିରଫ ପ୍ରବୀର ସରକାର ଏବଂ ସୁବ୍ରତ ଦାସଙ୍କ ଘର ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳରେ । ପୁଲିସ ତଦନ୍ତ ଜାରି ରଖିଛି । ମଙ୍ଗଳବାର ଉଭୟ ଠକଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Related story