କଟକ(ଓଡ଼ିଶା ରିପୋର୍ଟର): ବସ୍ ଲୁଟ୍ ଉଦ୍ୟମ ପଣ୍ଡ ହେଲା। ଭୁବନେଶ୍ୱରରୁ ବସ୍ ଚୋରି କରି ଖସି ଯିବାକୁ ଉଦ୍ୟମ କରୁଥିବା ଲୁଟେରା ଶେଷରେ କଟକରେ ଧରାପଡିଲା । ପୁଲିସ୍କୁ ଚକମା ଦେବାକୁ ଉଦ୍ୟମ କରୁଥିବା ଲୁଟେରା ଏବେ ପୁଲିସ୍ କବଜାରେ ଅଛି।
ପୁଲିସ୍ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟାରେ ଖଣ୍ଡଗିରି ନିକଟରୁ ଜଣେ ଯୁବକ ଏକ ବସ୍କୁ ଚୋରି କରି ଦ୍ରୁତ ଗତିରେ ଖସି ପଳାଉଥିଲା। ଖବର ପାଇ ପୁଲିସ୍ ବସ୍ର ପିଛା କରିଥିଲା। ମାତ୍ର ବସ୍ଟି ଦ୍ରୁତ ବେଗରେ ଯାଉଥିବାରୁ ପୁଲିସ୍ ଅନ୍ୟ ଥାନା ସହ ଯୋଗାଯୋଗ କରିଥିଲା। ବସ୍ଟି ଦ୍ରୁତ ଗତିରେ ଯାଉଥିବାରୁ ବାଟରେ ବହୁ ଦୁର୍ଘଟଣା ମଧ୍ୟ ଘଟାଇଥିବା ଜଣାଯାଇଛି।
ବସ୍ଟି ଭୁବନେଶ୍ୱରରୁ କଟକ ଅଭିମୁଖେ ଆସୁଥିବା ଖବର ପାଇ କଟକ ଚାଉଳିଆଗଞ୍ଜ ଥାନା ପୁଲିସ୍ NH-୧୬ ଉପରେ ଏକ ଟ୍ରକ୍ ରଖି ରାସ୍ତା ଅବରୋଧ କରିଥିଲା। ଏହାପରେ ଦ୍ରୁତ ଗତିରେ ଆସୁଥିବା ବସ୍ଟି ଉକ୍ତ ଟ୍ରକ ସହ ପିଟି ହୋଇଥିଲା। ଏଥିରେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଲୁଟେରାକୁ ପୁଲିସ୍ କାବୁ କରିନେଇଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକା ପୋଡ଼ି ମାମଲାରେ ଦମ୍ପତିଙ୍କ ସମେତ ୩ ଦଣ୍ଡିତ
୨୦୧୭ ମାର୍ଚ୍ଚ ୨୬ ତାରିଖରେ ୩ ଅଭିଯୁକ୍ତ ଯଥା ଚକ୍ରଧର ନାୟକ, ତାଙ୍କ ପତ୍ନୀ ଅନିମା ଓ କେୟାରଟେକର ଚିନ୍ତାମଣି ନାବାଳିକାଙ୍କୁ ଘରେ ପୂରାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା।
Miscellaneous
ରାଜ୍ୟରେ ୫ ମାସରେ ୪୦ ହାତୀଙ୍କ ମୃତ୍ୟୁ ହୋଇଛି
ଗତ ତିନି ବର୍ଷରେ ୬୬୮ ଜଣଙ୍କୁ ମାରିଛି ହାତୀ, ୫ ବର୍ଷରେ ୨୨ ଜଣଙ୍କୁ ଖାଇଲାଣି କୁମ୍ଭୀର। ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
Miscellaneous
ଅତିରିକ୍ତ ବଜେଟରେ ୧୨ ହଜାର ୧୫୬ କୋଟି ଟଙ୍କା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ବ୍ୟବସ୍ଥା ଓ ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
Crime
ରାସ୍ତାରୁ ଟଙ୍କା ଆଦାୟ କରୁଥିଲେ! ARTO ଓ ଜୁନିୟର MVI ଗିରଫ
ଗିରିଶୋଳା ଗେଟ୍ରୁ ଧରାପଡ଼ିଥିବା ୩ ଦଲାଲଙ୍କୁ ପୁଲିସ୍ ଦୀର୍ଘ ସମୟ ଧରି ଜେରା କରିଥିଲା। ହେଲେ ସେମାନେ ବେଶୀ ସମୟ ଧରି ମିଛକୁ ଚାପି ରଖିପାରିନଥିଲେ। ଭୟରେ ସବୁ କଥା କହି ପକାଇଥିଲେ।
Miscellaneous
ମାର୍ଚ୍ଚ ୭ 'ସୁଭଦ୍ରା' ଆବେଦନର ଶେଷ ତାରିଖ
ମାର୍ଚ୍ଚ ୮ ମହିଳା ଦିବସରେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ। ବଣ୍ଡାଘାଟିରେ ହିତାଧିକାରୀଙ୍କ ପାଖକୁ ଯାଇ ସମସ୍ୟା ଦୂର କରିବେ ବିଭାଗୀୟ ଅଧିକାରୀ।