ଭୁବନେଶ୍ୱରରୁ ବସ୍‌ ଲୁଟି ପଳାଉଥିଲା, କଟକରୁ ଧରା ପଡ଼ିଲା ଲୁଟେରା

କଟକ(ଓଡ଼ିଶା ରିପୋର୍ଟର):  ବସ୍‌ ଲୁଟ୍‌ ଉଦ୍ୟମ ପଣ୍ଡ ହେଲା। ଭୁବନେଶ୍ୱରରୁ ବସ୍‌ ଚୋରି କରି ଖସି ଯିବାକୁ ଉଦ୍ୟମ କରୁଥିବା ଲୁଟେରା ଶେଷରେ କଟକରେ ଧରାପଡିଲା । ପୁଲିସ୍‌କୁ ଚକମା ଦେବାକୁ ଉଦ୍ୟମ କରୁଥିବା ଲୁଟେରା ଏବେ ପୁଲିସ୍‌ କବଜାରେ ଅଛି। ପୁଲିସ୍‌ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟାରେ ଖଣ୍ଡଗିରି ନିକଟରୁ ଜଣେ ଯୁବକ ଏକ ବସ୍‌କୁ ଚୋରି କରି ଦ୍ରୁତ ଗତିରେ ଖସି ପଳାଉଥିଲା। ଖବର ପାଇ ପୁଲିସ୍‌  ବସ୍‌ର ପିଛା କରିଥିଲା। […]

bus

Niharika Rout
  • Published: Saturday, 22 August 2020
  • , Updated: 22 August 2020, 09:58 AM IST

କଟକ(ଓଡ଼ିଶା ରିପୋର୍ଟର):  ବସ୍‌ ଲୁଟ୍‌ ଉଦ୍ୟମ ପଣ୍ଡ ହେଲା। ଭୁବନେଶ୍ୱରରୁ ବସ୍‌ ଚୋରି କରି ଖସି ଯିବାକୁ ଉଦ୍ୟମ କରୁଥିବା ଲୁଟେରା ଶେଷରେ କଟକରେ ଧରାପଡିଲା । ପୁଲିସ୍‌କୁ ଚକମା ଦେବାକୁ ଉଦ୍ୟମ କରୁଥିବା ଲୁଟେରା ଏବେ ପୁଲିସ୍‌ କବଜାରେ ଅଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟାରେ ଖଣ୍ଡଗିରି ନିକଟରୁ ଜଣେ ଯୁବକ ଏକ ବସ୍‌କୁ ଚୋରି କରି ଦ୍ରୁତ ଗତିରେ ଖସି ପଳାଉଥିଲା। ଖବର ପାଇ ପୁଲିସ୍‌  ବସ୍‌ର ପିଛା କରିଥିଲା। ମାତ୍ର ବସ୍‌ଟି ଦ୍ରୁତ ବେଗରେ ଯାଉଥିବାରୁ ପୁଲିସ୍‌ ଅନ୍ୟ ଥାନା ସହ ଯୋଗାଯୋଗ କରିଥିଲା। ବସ୍‌ଟି ଦ୍ରୁତ ଗତିରେ ଯାଉଥିବାରୁ ବାଟରେ ବହୁ ଦୁର୍ଘଟଣା ମଧ୍ୟ ଘଟାଇଥିବା ଜଣାଯାଇଛି।

ବସ୍‌ଟି ଭୁବନେଶ୍ୱରରୁ କଟକ ଅଭିମୁଖେ ଆସୁଥିବା ଖବର ପାଇ କଟକ ଚାଉଳିଆଗଞ୍ଜ ଥାନା ପୁଲିସ୍‌  NH-୧୬ ଉପରେ ଏକ ଟ୍ରକ୍‌ ରଖି ରାସ୍ତା ଅବରୋଧ କରିଥିଲା। ଏହାପରେ ଦ୍ରୁତ ଗତିରେ ଆସୁଥିବା ବସ୍‌ଟି ଉକ୍ତ ଟ୍ରକ ସହ ପିଟି ହୋଇଥିଲା। ଏଥିରେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଲୁଟେରାକୁ ପୁଲିସ୍‌ କାବୁ କରିନେଇଥିବା ଜଣାଯାଇଛି।

Related story