ପିଇଓଙ୍କୁ ଆକ୍ରମଣ କରି ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍‌ ଖାଳିଆମେଣ୍ଟା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଆକ୍ରମଣ ଘଟଣାରେ ଖାଳିଆମେଣ୍ଟା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୁଲିସ୍‌। ତାଙ୍କ ନାଁ ସୁରେନ୍ଦ୍ର ଭୂୟାଁ। ଗତକାଲି ବିଳମ୍ବିତ ରାତିରେ ଘସିପୁରା ପୁଲିସ୍ ତାଙ୍କୁ ଗିରଫ କରିଛି। ତା’ପୂର୍ବରୁ ତାଙ୍କ ଘରୁ ଦୁଇ ଗାଡ଼ି ଜବତ କରିଥିଲା ପୁଲିସ୍‌। ପିଇଓଙ୍କୁ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓ ଖାଳିଆମେଣ୍ଟା ସରପଞ୍ଚଙ୍କ ସ୍ୱାମୀ ସୁରେନ୍ଦ୍ର ଭୂୟାଁ […]

Surendra Bhuian

Surendra Bhuian

Jitendra Garnayak
  • Published: Thursday, 19 August 2021
  • Updated: 19 August 2021, 10:45 AM IST

Sports

Latest News

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍‌ ଖାଳିଆମେଣ୍ଟା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଆକ୍ରମଣ ଘଟଣାରେ ଖାଳିଆମେଣ୍ଟା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୁଲିସ୍‌। ତାଙ୍କ ନାଁ ସୁରେନ୍ଦ୍ର ଭୂୟାଁ।

ଗତକାଲି ବିଳମ୍ବିତ ରାତିରେ ଘସିପୁରା ପୁଲିସ୍ ତାଙ୍କୁ ଗିରଫ କରିଛି। ତା’ପୂର୍ବରୁ ତାଙ୍କ ଘରୁ ଦୁଇ ଗାଡ଼ି ଜବତ କରିଥିଲା ପୁଲିସ୍‌।

ପିଇଓଙ୍କୁ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓ ଖାଳିଆମେଣ୍ଟା ସରପଞ୍ଚଙ୍କ ସ୍ୱାମୀ ସୁରେନ୍ଦ୍ର ଭୂୟାଁ ଆକ୍ରମଣ କରିଥିବା ଅଭିଯୋଗ ନେଇ ଗତକାଲି ପୁଲିସ୍ ଡିଜି ଅଭୟଙ୍କୁ ଭେଟିଥିଲା ବିଜେପିର ଏକ ପ୍ରତିନିଧି ଦଳ।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁରଙ୍କ ନେତୃତ୍ୱରେ ଏହି ଟିମ୍ ଡିଜିପିଙ୍କୁ ଭେଟିଥିଲା। ସେମାନେ ଅଭିଯୋଗ କରିଥିଲେ ଯେ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ପିଇଓଙ୍କୁ ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ଓ ସରପଞ୍ଚଙ୍କ ସ୍ୱାମୀ ସୁରେନ୍ଦ୍ର ଭୂୟାଁ ବାଧ୍ୟ କରିଥିଲେ। କିନ୍ତୁ ସେ ରାଜି ନହେବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା।

ଅନ୍ୟପକ୍ଷରେ ଏହି ଘଟଣା ନେଇ ବିଧାୟକଙ୍କ ପୁଅ ଦେବାଶିଷ ପାତ୍ର କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos