ଲୁଟ୍‌ କରି ଲାପ୍‌ଟପ୍ ଓ ମୋବାଇଲ୍ କିଣିବାକୁ ଯାଇଥିଲେ, ଧରାପଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୁଟ୍ କରିବା ପରେ ଜିନିଷ କିଣିବା ପାଇଁ ଯାଇଥିଲେ। ଆଉ ସେତିକି ବେଳେ ପୁଲିସ୍ ଧରି ନେଲା। ଏ ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଭିଏସ୍‌ଏସ୍‌ ନଗରରେ ଜଣେ ବୟସ୍କା ମହିଳା ଘରେ ଏକା ବସି ଟିଭି ଦେଖୁଥିବା ବେଳେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ଘର ଭିତରକୁ ପଶି ଆସିଥିଲେ। ମିସ୍ତ୍ରୀ ଆସିଛି କି ନାହିଁ ପଚାରିଥିଲେ। ତେବେ ମହିଳା ଜଣଙ୍କ କିଛି କହିବା ପୂର୍ବରୁ ଜଣେ ତାଙ୍କ ଜଙ୍ଘ ଉପରେ ଚଢ଼ିଯାଇ […]

arrest

Jitendra Garnayak
  • Published: Friday, 14 December 2018
  • , Updated: 14 December 2018, 12:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୁଟ୍ କରିବା ପରେ ଜିନିଷ କିଣିବା ପାଇଁ ଯାଇଥିଲେ। ଆଉ ସେତିକି ବେଳେ ପୁଲିସ୍ ଧରି ନେଲା। ଏ ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ।

ଭିଏସ୍‌ଏସ୍‌ ନଗରରେ ଜଣେ ବୟସ୍କା ମହିଳା ଘରେ ଏକା ବସି ଟିଭି ଦେଖୁଥିବା ବେଳେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ଘର ଭିତରକୁ ପଶି ଆସିଥିଲେ। ମିସ୍ତ୍ରୀ ଆସିଛି କି ନାହିଁ ପଚାରିଥିଲେ। ତେବେ ମହିଳା ଜଣଙ୍କ କିଛି କହିବା ପୂର୍ବରୁ ଜଣେ ତାଙ୍କ ଜଙ୍ଘ ଉପରେ ଚଢ଼ିଯାଇ ତାଙ୍କ ପାଟି ବନ୍ଦ କରି ଦେଇଥିଲା। ପାଟି କଲେ ଗୁଳି ମାରିଦେବେ ବୋଲି ବି ଧମକାଇଥିଲେ।

ପରେ ଦୁର୍ବୃତ୍ତମାନେ ମହିଳାଙ୍କ ଘରୁ ୧୦ ଭରି ସୁନା,୨୦ ହଜାର ଟଙ୍କା ଓ ଏଟିଏମ୍‌ କାର୍ଡ ସମେତ ଅନ୍ୟାନ୍ୟ ବହୁମୂଲ୍ୟ ସାମଗ୍ରୀ ଲୁଟ୍ କରି ପଳାଇ ଯାଇଥିଲେ।

ଲୁଟେରାମାନେ ଏଟିଏମ୍‌ ଯାଇ ଟଙ୍କା ଉଠାଇଥିଲେ। ପରେ ପଟିଆ ନିକଟରେ ଥିବା ଏକ ହୋମ୍‌ ଆପ୍ଲାଏନ୍ସ ଦୋକାନରେ ଲାପ୍‌ଟପ୍ ଏବଂ ମୋବାଇଲ କିଣିବା ବେଳେ ପୁଲିସ୍ ହାତରେ ଧରା ପଡ଼ିଥିଲେ।

ଲୁଟେରାମାନେ ଏଟିଏମ୍‌ରୁ ଟଙ୍କା ଉଠାଇବା ପରେ ମୋବାଇଲ୍‌କୁ ଯାଇଥିବା ମେସେଜ୍‌କୁ ଟ୍ରାକ୍ କରି ସହିଦ ନଗର ପୁଲିସ୍ ଦୁଇ ଦୁର୍ବୃତ୍ତଙ୍କୁ କାବୁ କରିଥିଲା।

Related story