ପୁଲିସ୍ ବାବୁଙ୍କ ଦାଦାଗିରି; ବୃଦ୍ଧ ଦମ୍ପତିଙ୍କୁ ଠେଲାପେଲା ଓ ଗାଳିଗୁଲଜ କଲେ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ବନ୍ଦର ସାମୁଦ୍ରିକ ଥାନା ଏଏସ୍ଆଇ ରବୀନ୍ଦ୍ର ସେନାପତି ଏକ ବୃଦ୍ଧ ଦମ୍ପତିଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଠେଲାପେଲା ଓ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ବୃଦ୍ଧ ଦମ୍ପତି ଜଗତସିଂହପୁର ଏଏସ୍‌ପି ବିଶ୍ୱନାଥ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ୧୬ ତାରିଖରେ ନହରଣା ଗାଁର ସାଧୁଚରଣ ଜେନାଙ୍କ ପୁଅ ସହ ଅନ୍ୟ ଜଣେ ଯୁବକଙ୍କର ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା […]

old.............

Tapaswini Nayak
  • Published: Monday, 22 July 2019
  • , Updated: 22 July 2019, 01:40 PM IST

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ବନ୍ଦର ସାମୁଦ୍ରିକ ଥାନା ଏଏସ୍ଆଇ ରବୀନ୍ଦ୍ର ସେନାପତି ଏକ ବୃଦ୍ଧ ଦମ୍ପତିଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଠେଲାପେଲା ଓ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ବୃଦ୍ଧ ଦମ୍ପତି ଜଗତସିଂହପୁର ଏଏସ୍‌ପି ବିଶ୍ୱନାଥ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତ ୧୬ ତାରିଖରେ ନହରଣା ଗାଁର ସାଧୁଚରଣ ଜେନାଙ୍କ ପୁଅ ସହ ଅନ୍ୟ ଜଣେ ଯୁବକଙ୍କର ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଓକିଲଙ୍କ ଉପସ୍ଥିତିରେ ସମାଧାନ ଲାଗି ଉଭୟ ପକ୍ଷକୁ ଥାନାକୁ ଡକାଯାଇଥିଲା। ଏଥିପାଇଁ ସାଧୁ ଓ ତାଙ୍କ ପୁଅ ଥାନାକୁ ଯାଇଥିଲେ। ସକାଳୁ ଅପରାହ୍ଣ ଯାଏ ସେମାନେ ଥାନାରେ ବସିଥିଲେ। ହେଲେ ଅପରପକ୍ଷରୁ କେହି ଆସି ନ ଥିଲେ। ଏହାପରେ ଦୁହେଁ ଘରକୁ ଫେରି ଆସିଥିଲେ। ତେବେ ସେହି ଦିନ ସନ୍ଧ୍ୟାରେ ଏଏସ୍ଆଇ ରବୀନ୍ଦ୍ର ସେନାପତି ତାଙ୍କ ଘରକୁ ଆସି ତାଙ୍କୁ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ। ଏନେଇ ସାଧୁଙ୍କ ପତ୍ନୀ ପ୍ରତିବାଦ କରିବାରୁ ଏଏସ୍ଆଇ ତାଙ୍କୁ  ବି ଧକ୍କା ମାରିଥିଲେ।

ଜଗତସିଂହପୁର ଏଏସ୍‌ପି ବିଶ୍ୱନାଥ ମିଶ୍ର କହିଛନ୍ତି,“ସାଧୁ ଚରଣ ଜେନାଙ୍କ ଅଭିଯୋଗ ପତ୍ର ପାଇବା ପରେ ଜଗତସଂହପୁର ଏସ୍‌ଡିପିଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ଏସ୍‌ଡିପିଓ ତଦନ୍ତ କରି ରିପୋର୍ଟ ପ୍ରଦାନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story