ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ ବାବୁଙ୍କୁ ପ୍ରେମ ଜ୍ୱର। ଜଣେ ବିବାହିତ ମହିଳାଙ୍କୁ ପ୍ରେମରେ ଫସାଇବାକୁ ଉଦ୍ୟମ କରି ନିଜେ ଫିସିଗଲେ। ଜଣେ ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ତାଙ୍କୁ ଧମକଚମକ ଦେବା ମହଙ୍ଗାପଡ଼ିଛି। ସମ୍ପୃକ୍ତ ମହିଳାଙ୍କ ଅଭିଯୋଗକ୍ରମେ ପ୍ରଥମେ ତାଙ୍କୁ ନିଲମ୍ବିତ ପରେ ଏବେ ଆଜି ତାଙ୍କୁ ଗିରଫ କରାଯାଇଛି। ଗିରଫ ପୁଲିସ ବାବୁ ହେଲେ କଟକର ସୁବ୍ରତ ଜ୍ଞାନରଞ୍ଜନ।
ଅଭିଯୋଗ ଅନୁଯାୟୀ, ଏଏସ୍ଆଇ ସୁବ୍ରତଙ୍କ ସହ ସମ୍ପକ୍ତ ମହିଳାଙ୍କ ମଧ୍ୟରେ ଦୁଇବର୍ଷ ତଳେ ତାଙ୍କ ସହ ଫେସ୍ବୁକ୍ରେ ବନ୍ଧୁତା ସ୍ଥାପନ ହୋଇଥିଲା।ପରେ ସଂପର୍କ ଆଗକୁ ବଢ଼ିଥିଲା। ଏହାରି ଭିତରେ ସୁବ୍ରତ ତାଙ୍କୁ ଫୋନ୍ରେ ପ୍ରେମ ନିବେଦନ କରିଥିଲେ। କିନ୍ତୁ ମହିଳା ଜଣକ ନିଜେ ବିବାହିତ କହିବା ପରେ ବି ସୁବ୍ରତ ପ୍ରେମ ନିଶା ଛାଡ଼ି ନଥିଲା। ମହିଳା ଜଣକ ତାଙ୍କ ପ୍ରେମକୁ ଅଗ୍ରାହ୍ୟ କରିଦେଇଥିଲେ ଏସଆଇ ଜଣକ ତାଙ୍କ ପିଛା ଛାଡ଼ି ନଥିଲେ। ଏମିତିକି ସେ ବାରମ୍ବାର ତାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଧମକଚମକ ଦେଇଥିଲେ।
ଏନେଇ ମହିଳା ଜଣକ କଟକର ଦୁଇଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ସୁବ୍ରତ ଭୁବନେଶ୍ୱର ଚାକିରି କରୁଥିବାରୁ ଭୁବନେଶ୍ୱର ମହିଳା ଥାନାରେ ପୁଣି ଥରେ ମହିଳା ଜଣକ ଏତଲା ଦେଇଥିଲେ।
ପରେ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁବ୍ରତଙ୍କୁ ପ୍ରଥମେ ନିଲମ୍ବିତ କରାଯାଇଥିବା ବେଳେ ଏବେ ତାଙ୍କୁ ଭୁବନେଶ୍ୱର ମହିଳା ଥାନା ପୁଲିସ ଗିରଫ କରିଛି।