ଅଜଣା ଗାଡ଼ି ଧକ୍କାରେ ପୋଲିସ ଏଏସ୍‌ଆଇ ମୃତ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ରାଜଘାଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ପୋଲିସ ଏଏସଆଇ ଓ ତାଙ୍କ ଶାଳିଙ୍କ ମୃତ୍ୟୁ ଘଟିଛି। ମୃତକ ଏଏସ୍‌ଆଇ ହେଲେ ବିଜୟ ଦାଶ। ସେ ଜଳେଶ୍ୱର ଏସ୍‌ଡିପିଓ ଅଫିସରେ କାର୍ଯ୍ୟ କରୁଥିଲେ। ଦୁର୍ଘଟଣା କେତେବେଳେ ଘଟିଛି ଏବଂ କେଉଁ ପରିସ୍ଥିତିରେ ଘଟିଛି ତାହା ସ୍ପଷ୍ଟ ହୋଇନି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।