ନାବାଳିକା ଦୁଷ୍କର୍ମ ମାମଲାରେ ASIଙ୍କୁ ୨୦ ବର୍ଷ ଜେଲ୍

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନାବାଳିକା ଦୁଷ୍କର୍ମ ମାମଲାରେ ପୁଲିସ୍‌ ଏଏସ୍‌ଆଇଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେହ ସହ ଜରିମାନା ହୋଇଛି। ନୟାଗଡ଼ ଫାର୍ଷ୍ଟ ଟ୍ରାକ୍‌ କୋର୍ଟ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଦଣ୍ଡିତ ହୋଇଥିବା ଏଏସ୍‌ଆଇ ହେଉଛନ୍ତି ବ୍ରଜ କିଶୋର ମଲ୍ଲିକ। ୨୦୧୮ ମସିହାରେ ବ୍ରଜ କିଶୋର ମଲ୍ଲିକ ନୟାଗଡ଼ ବାଣିଗୋଚ୍ଛା ଥାନାର ଏଏସ୍‌ଆଇ ଥିଲେ। ସେହି ସମୟରେ ଫତେଗଡ଼ ଥାନା ଅଞ୍ଚଳରେ ଥିବା ନିଜ ଘରକୁ ନିୟମିତ ଯିବା ଆସିବା କରୁଥିଲେ। ସେତେବେଳେ ସେ ଜଣେ […]

Nayagarh

  • Published: Wednesday, 27 July 2022
  • , Updated: 27 July 2022, 10:05 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନାବାଳିକା ଦୁଷ୍କର୍ମ ମାମଲାରେ ପୁଲିସ୍‌ ଏଏସ୍‌ଆଇଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେହ ସହ ଜରିମାନା ହୋଇଛି। ନୟାଗଡ଼ ଫାର୍ଷ୍ଟ ଟ୍ରାକ୍‌ କୋର୍ଟ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଦଣ୍ଡିତ ହୋଇଥିବା ଏଏସ୍‌ଆଇ ହେଉଛନ୍ତି ବ୍ରଜ କିଶୋର ମଲ୍ଲିକ।

୨୦୧୮ ମସିହାରେ ବ୍ରଜ କିଶୋର ମଲ୍ଲିକ ନୟାଗଡ଼ ବାଣିଗୋଚ୍ଛା ଥାନାର ଏଏସ୍‌ଆଇ ଥିଲେ। ସେହି ସମୟରେ ଫତେଗଡ଼ ଥାନା ଅଞ୍ଚଳରେ ଥିବା ନିଜ ଘରକୁ ନିୟମିତ ଯିବା ଆସିବା କରୁଥିଲେ। ସେତେବେଳେ ସେ ଜଣେ ୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଥରେ କି ଦୁଇ ଥର ନୁହେଁ, ସେ ଏକାଧିକ ବାର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଯାଇଥିଲା।

ପୀଡ଼ିତାଙ୍କ ପରିବାର ଏନେଇ ଫତେଗଡ଼ ଥାନାରେ ଲେଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ କୌସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ପରେ ପୀଡ଼ିତା ଏନେଇ ରାଜ୍ୟ ମହିଳା ଆୟୋଗଙ୍କ ପାଖରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ମହିଳା ଆୟୋଗ ନୟାଗଡ଼ ଶିଶୁ ସୁରକ୍ଷା କମିଟି ମାଧ୍ୟମରେ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏସ୍‌ପି ଘଟଣାର ତଦନ୍ତ କରିବାକୁ ଫତେଗଡ଼ ଥାନା ଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏସ୍‌ପିଙ୍କ ନିର୍ଦ୍ଦେଶରେ ଫତେଗଥ ଥାନା ଅଧିକାରୀ ଘଟଣାର ତଦନ୍ତ କରି ଅଭିଯୁକ୍ତ ଏଏସ୍‌ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଏସ୍‌ଆଇ ଶ୍ରୀ ମଲ୍ଲିକଙ୍କୁ ଚାକିରିରୁ ନିଲମ୍ୱିତ କରିବା ସହିତ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ବୁଧବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତକୁ ଆଜିବନ ଜେଲ୍‌ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ଏଥିସହ କ୍ଷତିପୂରଣ ବାବଦକୁ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଦେବାକୁ ଜିଲ୍ଲା ଆଇନ୍‌ ପ୍ରାଧିକରଣକୁ ନିର୍ଦେଶ ଦିଆଯାଇଛି।

Related story