ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଏଏସ୍‌ଆଇ ସସ୍‌ପେଣ୍ଡ୍

ବରଗଡ଼ (ଦୀପକ ଶର୍ମା): ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏଏସ୍‌ଆଇ ବନମାଳି କୁଅଁରଙ୍କୁ ସସ୍‌ପେଣ୍ଡ୍ କରାଯାଇଛି। ଗତକାଲି ଏ ଅଭିଯୋଗ ଆସିବା ପରେ ବରଗଡ଼ ଏସ୍‌ପି ତାଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କୁ ଗିରଫ ବି କରାଯାଇପାରେ ବୋଲି ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖ ଦିନ ମେଲଛାମୁଣ୍ଡା ଥାନା ଅଞ୍ଚଳର ଏହି ନାବାଳିକା ଜଣଙ୍କ ଟ୍ୟୁସନ୍‌କୁ ଯାଇ ଆଉ ଘରକୁ ଫେରି ନଥିଲେ। ପରେ ମେଲଛାମୁଣ୍ଡା ଥାନା […]

policestation

Jitendra Garnayak
  • Published: Monday, 11 February 2019
  • , Updated: 11 February 2019, 03:22 PM IST

ବରଗଡ଼ (ଦୀପକ ଶର୍ମା): ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏଏସ୍‌ଆଇ ବନମାଳି କୁଅଁରଙ୍କୁ ସସ୍‌ପେଣ୍ଡ୍ କରାଯାଇଛି। ଗତକାଲି ଏ ଅଭିଯୋଗ ଆସିବା ପରେ ବରଗଡ଼ ଏସ୍‌ପି ତାଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କୁ ଗିରଫ ବି କରାଯାଇପାରେ ବୋଲି ସୂଚନା ମିଳିଛି।

ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖ ଦିନ ମେଲଛାମୁଣ୍ଡା ଥାନା ଅଞ୍ଚଳର ଏହି ନାବାଳିକା ଜଣଙ୍କ ଟ୍ୟୁସନ୍‌କୁ ଯାଇ ଆଉ ଘରକୁ ଫେରି ନଥିଲେ। ପରେ ମେଲଛାମୁଣ୍ଡା ଥାନା ପୁଲିସ୍ ତାଙ୍କୁ ସୋହେଲାରୁ ଉଦ୍ଧାର କରିଥିଲା ଓ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ଉଦ୍ଧାର ପରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ କହିଥିଲେ ଯେ, ରିକୁ ନାଗ ତାଙ୍କୁ ଅପହରଣ କରି ସୋହେଲା ନେଇ ଯାଇଥିଲା। ସେ ତାଙ୍କୁ ଏଏସ୍ଆଇ ବନମାଳି କୁଅଁରଙ୍କ ଭଡ଼ା ଘରେ ରଖି ଦୁଷ୍କର୍ମ କରିଥିଲା। ତା’ପରେ ସେ ସେଠାରୁ ପଳାଇଥିଲା। ରାତିରେ ଏଏସ୍‌ଆଇ ତାଙ୍କୁ ଦୁଷ୍କର୍ମ କରିଥିଲେ।

ଏହି ଘଟଣାରେ ଏଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରିକୁ ନାଗକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ନାବାଳିକାଙ୍କ ଡାକ୍ତରୀମାଇନା କରାଯାଇଛି।

ରାଜ୍ୟରେ ଦିନକୁ ଦିନ ନାବାଳିକା ଦୁଷ୍କର୍ମ ମାମଲା ବଢ଼ୁଥିବା ବେଳେ ଜଣେ ପୁଲିସ୍ ଅଧିକାରୀଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ଚିନ୍ତାଜନକ ବିଷୟ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

Related story