ରଣକ୍ଷେତ୍ର ପାଲଟିଲା କଚେରି ରୋଡ୍‌: ଦେଖନ୍ତୁ ଭିଡ଼ିଓ

Ordigital Desk
  • Published: Monday, 08 January 2018
  • , Updated: 08 January 2018, 06:34 PM IST
<p>ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ସମ୍ୱଲପୁରରେ ୧୦୮ ଆମ୍ୱୁଲାନ୍ସ କର୍ମଚାରୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଲାଠି ଚାର୍ଜରେ ୨ ଜଣ ପୋଲିସ ଓ ଜଣେ ଆମ୍ୱୁଲାନ୍ସ କର୍ମଚାରୀ ଅହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏବେ କଚେରୀ ରୋଡ୍ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଦୁଇ ପ୍ଲାଟୁନ୍&zwnj; ପୋଲିସ ଫୋର୍ସ ମୁତୟନ କରାଯାଇଛି।</p> <p>ଆନ୍ଦୋଳନ କରି ଜେଲ୍ ଯାଇଥିବା ୩୫୮ କର୍ମଚାରୀଙ୍କୁ ନିସର୍ତ୍ତ ଖଲାସ ଦାବି ଦାବିରେ ୧୦୮ ଆମ୍ୱୁଲାନ୍ସ କର୍ମଚାରୀମାନେ ଧାରଣା ଦେଇଥିଲେ। ପରେ ବିଶାଳ ଶୋଭାଯାତ୍ରାରେ ଆରଡିସିଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ପୋଲିସ ଘଉଡାଇବା ପାଇଁ ଚେଷ୍ଟା କରିବା ବେଳେ ଆନ୍ଦୋଳନକାରୀମାନେ ଢେଲା ମାଡ଼ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ପୋଲିସ ଲାଠି ଚାର୍ଜ କରିଥିଲା। ଆନ୍ଦୋଳନକାରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଛତ୍ରଭଙ୍ଗ ଦେଇ ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଥିଲେ। ପୋଲିସ ୮ରୁ ୧୦ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।</p>

Related story