ପୋଲିସର ଅଭଦ୍ରାମୀ: ସାମ୍ବାଦିକିଙ୍କୁ ଗାଳି କଲେ , କହିଲେ କିଏ ବେ ତୁ..ମାରକି ତୋ ଗାଲ ଫଟାଇ ଦେବି…

Ordigital Desk
  • Published: Monday, 08 January 2018
  • , Updated: 08 January 2018, 10:51 AM IST
<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): କ&rsquo;ଣ ହେଲା...। କ&rsquo;ଣ ହେଲା..। ହ୍ୱାଟ ଇଜ୍&zwnj; ଦିସ୍..। କିଏ ବେ ତୁ..। କାହିଁକି ଆସିଥିଲୁ..। ମାରକି ତୋ ଗାଲ ଫଟାଇ ଦେବି..। ଏମିତି କେତେ କ&rsquo;ଣ ଅଶ୍ଲୀଳ ଓ ଅଶାଳୀନ ଭାଷାରେ ଗାଳି କରିଯାଉଥିଲେ। ପୋଲିସ&nbsp; ବାବୁଙ୍କ ଦାଦାଗିରି ସବୁ ସୀମା ଲଂଘି ଯାଉଥିଲେ। ମଦ ନିଶାରେ ଚୁର ହୋଇ ମନଇଚ୍ଛା ଜଣେ ପୋଲିସ ବାବୁ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ&nbsp; ଗାଳିଗୁଲଜ କରିଯାଉଥିଲେ। କେବଳ ସେତିକି ନୁହଁ ରାଗ ତମ ତମ ହୋଇ ଥାନା ବାବୁ&nbsp; ଜଣଙ୍କ ସମ୍ପୃକ୍ତ ସାମ୍ବାଦିକଙ୍କୁ ନିର୍ଦ୍ଧୁମ ଛେଚିଥିଲେ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ରବିବାର ପୁରୀ ତାଳବଣିଆ ଆଇଆଇସିଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ତେବେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଥାନା ଆଇଆଇସିସିଙ୍କ ଆକ୍ରମଣ ଘଟଣାରେ ଶୃଙ୍ଖଳାଗତ&nbsp;କାର୍ଯ୍ୟାନୁଷ୍ଠାନ ନିଆଯାଇଛି।</p> <p>ଆଇଆଇସି ରମାକାନ୍ତ ପାତ୍ରଙ୍କୁ ତାଳବଣିଆ ଥାନାରୁ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ଗତକାଲି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପୋଲିସ ବାବୁ ଏଭଳି କାଣ୍ଡ ଘଟାଇଥିଲେ। ଏକ ଟିଭି ଚ୍ୟାନେଲର ପ୍ରତିନିଧିଙ୍କୁ ହସ୍ପିଟାଲ୍ ଭିତରେ ଗୋଇଠା ମାରିବା ସହିତ ହାତାହାତି ହୋଇଥିଲେ ପୁରୀ ତାଳବଣିଆ ଥାନା ଅଧିକାରୀ ରମାକାନ୍ତ ପାତ୍ର।&nbsp; ମିଳିଥିବା ସୂଚନା ଅନୁଯାୟୀ, ଦୟାନଦୀ କୁଳରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ସଂପୃକ୍ତ ଥାନା ଅଧିକାରୀ।&nbsp; ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। &nbsp;ତେବେ ଖବର ସଂଗ୍ରହ ପାଇଁ କିଛି ସାମ୍ବାଦିକ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ।</p> <p>ଏହି ସମୟରେ ଉତ୍ତ୍ୟକ୍ତ ହୋଇଉଠିଥିଲେ ତାଳବଣିଆ ଥାନା ଅଧିକାରୀ ରମାକାନ୍ତ ପାତ୍ର। ଆଉ ଶୁଭ୍ରକାନ୍ତ ପଢ଼ିହାରୀ ନାମକ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ। &nbsp;ଏନେଇ ସଂପୃକ୍ତ ସାମ୍ବାଦିକଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଲିଖିତ ଏତଲା ଦିଆଯାଇଛି। ଟିଭିରେ ଖବର ପ୍ରସାରଣ ପରେ ଆଇଆଇସିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି&nbsp; ।</p>

Related story