ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ, ପତ୍ନୀ ମାଧ୍ୟମରେ ବିକୁଥିଲେ ଲୁଟ୍‌ ଜିନିଷ

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୧୦ ମାସ ପରେ ଚୌଦ୍ୱାର ପୁଲିସ୍‌ କବଜାରେ ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି । ଲୁଟ୍‌ କରୁଥିବା ସୁନା, ରୂପା ଆଦି ମୂଲ୍ୟବାନ ସାମଗ୍ରୀକୁ ପତ୍ନୀଙ୍କ ମାଧ୍ୟମରେ ବିକ୍ରି କରୁଥିଲେ ମୁଖ୍ୟ ଅଭିଯୁକ୍ତ। ଏହି ଗ୍ୟାଙ୍ଗର ୭ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କୁ ଧରିବା ପରେ ଏପରି ଖୁଲାସା କରିଛି ପୁଲିସ୍। ସେମାନଙ୍କ ନିକଟରୁ ୨୨୦ ଗ୍ରାମ ସୁନା ଅଳଙ୍କାର,  ୨୩୭ ଗ୍ରାମ ରୂପା  ଓ ୨ ଟି ଗାଡ଼ି ଜବତ […]

loot

Niharika Rout
  • Published: Saturday, 17 October 2020
  • , Updated: 17 October 2020, 07:49 AM IST

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୧୦ ମାସ ପରେ ଚୌଦ୍ୱାର ପୁଲିସ୍‌ କବଜାରେ ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି । ଲୁଟ୍‌ କରୁଥିବା ସୁନା, ରୂପା ଆଦି ମୂଲ୍ୟବାନ ସାମଗ୍ରୀକୁ ପତ୍ନୀଙ୍କ ମାଧ୍ୟମରେ ବିକ୍ରି କରୁଥିଲେ ମୁଖ୍ୟ ଅଭିଯୁକ୍ତ। ଏହି ଗ୍ୟାଙ୍ଗର ୭ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କୁ ଧରିବା ପରେ ଏପରି ଖୁଲାସା କରିଛି ପୁଲିସ୍। ସେମାନଙ୍କ ନିକଟରୁ ୨୨୦ ଗ୍ରାମ ସୁନା ଅଳଙ୍କାର,  ୨୩୭ ଗ୍ରାମ ରୂପା  ଓ ୨ ଟି ଗାଡ଼ି ଜବତ ହୋଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ହରିହର ସାମଲ, ତାଙ୍କ ସ୍ତ୍ରୀ ମାମି ସାମଲ, ତପୁ ଓରଫ୍ ସୂର୍ଯ୍ୟକାନ୍ତଙ୍କ  ସମେତ ମୋଟ ୫ଜଣ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ହରିହର ସାମଲ ତାଙ୍କ ସ୍ତ୍ରୀଙ୍କ ମାଧ୍ୟମରେ ଚୋରି ସୁନା, ରୂପା ଆଦି ଗହଣାକୁ ବିକ୍ରି କରୁଥିଲେ ।

ଚୌଦ୍ୱାର କପାଳେଶ୍ୱରର ପ୍ରଦୀପ ପ୍ରଧାନଙ୍କ ଘରୁ ଚୋରି ହେବା ପରେ ସେ ଏନେଇ ଥାନାରେ  ଅଭିଯୋଗ କରିଥିଲେ।  ପ୍ରାୟ ୧୦ ମାସ ର ତଦନ୍ତ ପରେ ଏହି ଗ୍ୟାଙ୍ଗ କୁ କାବୁ କରିବାରେ ସଫଳ ହୋଇଛି ଚୌଦ୍ୱାର ଥାନା ପୋଲିସ  । ଏହି ଗ୍ୟାଙ୍ଗରେ ସାମିଲ ଅନ୍ୟ ଫେରାର ସଦସ୍ୟଙ୍କୁ ଗିରଫ କରିବା ପାଇଁ ମଧ୍ୟ  ପୁଲିସ୍‌ ଉଦ୍ୟମ ଜାରି ରଖିଛି।

 

Related story