ଡିଏନ୍‌ଏ ଟେଷ୍ଟ ପାଇଁ ଅଭିଯୁକ୍ତ ବାପାର ରକ୍ତ ନମୂନା ସଂଗ୍ରହ

କୋଣାର୍କ (ସଞ୍ଜୟ ପତି): ବାପା ନାଁରେ କଳଙ୍କ! ଦ୍ୱିତୀୟ ପତ୍ନୀର ମନ୍ତ୍ରଣାରେ ପଡ଼ି ନିଜ ରକ୍ତକୁ ମାରି ଶ୍ମଶାନରେ ପୋଡ଼ିଦେଲା। ଆଉ ପ୍ରମାଣ ନଷ୍ଟ କରିଦେବା ପାଇଁ ଶ୍ମଶାନରେ ପାଣି ଢ଼ାଳି ପାଉଁଶ ଧୋଇ ଦେଲା। ସେହି ପାଉଁଶକୁ ଧରି +୩ରେ ପଢ଼ୁଥିବା ମୋନାଲି ମହାରଣଙ୍କ ହତ୍ୟାର ପ୍ରମାଣ ଖୋଜୁଛି ପୁରୀ ସାଇଣ୍ଟିଫିକ୍‌ ଟିମ୍‌ ଓ ଗୋପ ଥାନା ପୁଲସ୍‌। ସେପରେ ଡିଏନ୍‌ଏ ଟେଷ୍ଟ ପାଇଁ ଅଭିଯୁକ୍ତ ବାପାର ରକ୍ତ ନମୂନା ସଂଗ୍ରହ ପୁଲିସ୍‌। ଗୋପ ବ୍ଲକ […]

Gop

  • Published: Tuesday, 10 January 2023
  • , Updated: 10 January 2023, 07:19 PM IST

କୋଣାର୍କ (ସଞ୍ଜୟ ପତି): ବାପା ନାଁରେ କଳଙ୍କ! ଦ୍ୱିତୀୟ ପତ୍ନୀର ମନ୍ତ୍ରଣାରେ ପଡ଼ି ନିଜ ରକ୍ତକୁ ମାରି ଶ୍ମଶାନରେ ପୋଡ଼ିଦେଲା। ଆଉ ପ୍ରମାଣ ନଷ୍ଟ କରିଦେବା ପାଇଁ ଶ୍ମଶାନରେ ପାଣି ଢ଼ାଳି ପାଉଁଶ ଧୋଇ ଦେଲା। ସେହି ପାଉଁଶକୁ ଧରି +୩ରେ ପଢ଼ୁଥିବା ମୋନାଲି ମହାରଣଙ୍କ ହତ୍ୟାର ପ୍ରମାଣ ଖୋଜୁଛି ପୁରୀ ସାଇଣ୍ଟିଫିକ୍‌ ଟିମ୍‌ ଓ ଗୋପ ଥାନା ପୁଲସ୍‌। ସେପରେ ଡିଏନ୍‌ଏ ଟେଷ୍ଟ ପାଇଁ ଅଭିଯୁକ୍ତ ବାପାର ରକ୍ତ ନମୂନା ସଂଗ୍ରହ ପୁଲିସ୍‌।

ଗୋପ ବ୍ଲକ ବନ୍ତୁଳିଗା ପଞ୍ଚାୟତ ବିଜିପୁର ଗାଁରେ ବାସ କରନ୍ତି ଦୁର୍ଗାଚରଣ ମହାରଣା। ପରିବାର କହିଲେ ପତ୍ନୀ ଓ ଦୁଇ ଝିଅ ରଞ୍ଜିତା ଏବଂ ମୋନାଲି। ବେଶ୍‌ ହସ ଖୁସିରେ ଚାଲୁଥିଲା ପରିବାର। ତେବେ ୨୦୧୮ ମସିହାରେ ପତ୍ନୀଙ୍କ ମୃତ୍ୟୁ ପରେ ରଂଜିତା ଓ ମୋନାଲିଙ୍କ ସହ ରହୁଥିଲେ ଦୁର୍ଗାଚରଣ। ବଡ଼ ଝିଅ ରଞ୍ଜିତା କଲିକତାରେ ଏକ ଘରୋଇ ଅଫିସରେ ଚାକିରି କରୁଥିବା ବେଳେ ସାନ ଝିଅ ମୋନାଲିସା ଗୋପ ମହାବିଦ୍ୟାଳୟରେ +୩ରେ ପଢୁଥିଲେ। ସେହି ପଇସାରେ ଚଳୁଥିଲା ପୂରା ପରିବାର।

ସବୁକିଛି ଠିକ୍‌ଠାକ୍‌ ଥିଲା। ହଠାତ୍‌ ଦୁଇ ଭଉଣୀଙ୍କ ମୁଣ୍ଡ ଉପରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ୨୦୨୦ ମସିହାରେ ମମତା ଓଝାଙ୍କୁ ଦୁର୍ଗାଚରଣ ଦ୍ୱିତୀୟ ବିବାହ କଲେ। ରଞ୍ଜିତାଙ୍କ ଅଭିଯୋଗ ଅନୁସାରେ ଘରକୁ ସାବତ ମାଆ ଆସିବା ପରେ ନିର୍ଯାତନା ବଢ଼ି ଯାଇଥିଲା। ମୋନାଲିଙ୍କୁ ମାଡ଼ ମରାଯାଉଥିଲା। କଲେଜ ଛଡ଼ା ଯାଉନଥିଲା। ସାବତ ମାଆର ଏପରି ନିର୍ଯାତନା ସମ୍ପର୍କରେ ମୋନାଲି ସବୁବେଳେ ଫୋନ୍‌ କରି ତାଙ୍କ ବଡ ଭଉଣୀ ରଞ୍ଜିତାଙ୍କୁ ଜଣାଉଥିଲେ। ରଞ୍ଜିତା ମଝିରେ ମଝିରେ ଘରକୁ ଆସି ମାମଲା ସମାଧାନ କରି କୋଲକାତା ଫେରି ଯାଉଥିଲେ।

ରଞ୍ଜିତାଙ୍କ କହିବା ଅନୁସାରେ ଗତ ୭ ତାରିଖ ରାତିରେ ସବୁ ବାପା, ସାବତ ମାଆ ମମତା ଓଝା ଓ ମାମୁ(ସାବତ ମାଆଙ୍କ ଭାଇ) ଜୀବନ ଓଝା ମିଶି ମୋନାଲିଙ୍କୁ ହତ୍ୟା କରି ଗାଁ ଶ୍ମଶାନରେ ପୋଡି ଦେଇଥିଲେ। ପରେ ପ୍ରମାଣ ନଷ୍ଟ କରିବା ପାଇଁ ମଶାଣୀକୁ ଧୋଇ ଦେଇଥିଲେ। ଗାଁ ଲୋକଙ୍କଠାରୁ ଏକଥା ଶୁଣିବା ପରେ ରଞ୍ଜିତା ଗାଁରେ ପହଞ୍ଚି ଥିଲେ।

ସୋମବାର ରଞ୍ଜିତା ଘରେ ପହଞ୍ଚି ମୋନାଲିଙ୍କୁ ଖୋଜିଥିଲେ। ଏପରିକି ବାପା ଦୁର୍ଗାଚରଣଙ୍କୁ ପଚାରିଥିଲେ। ହେଲେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ପରେ ରଞ୍ଜିତା ଗାଁ ଶ୍ମଶାନକୁ ଯାଇଥିଲେ। ସେଠାରେ ପାଣି ଢ଼ଳା ଯାଇ ଧୋଆଯାଇଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ଏନେଇ ଗୋପ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରଞ୍ଜିତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଛାନ୍‌ଭିନ୍‌ ଚଳାଇଛି। ଶ୍ମଶାନରୁ ପାଉଁଶ ସହ ଅସ୍ତି ସଂଗ୍ରହ କରିଛି। ଏହି ଅଭିଯୋଗରେ ପୁଲିସ ବାପା ଦୁର୍ଗାଚରଣକୁ ଥାନାରେ ଅଟକ ରଖିଛି।

ସାନ ଭଉଣୀ ହତ୍ୟାରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ ପାଇଁ ରଞ୍ଜିତା ଦାବି କରିଛି। ବାପା, ସାବତ ମାଆ ମମତା ଓଝା ଓ ମାମୁ ଜୀବନ ଓଝାଙ୍କୁ ତଦନ୍ତ ପରିଷରଭୁକ୍ତ କରିବା ପାଇଁ କହିଛନ୍ତି ରଞ୍ଜିତା। ମୋନାଲି ରାତିରେ ଜେଜେମାଆଙ୍କ ସହିତ ଶୋଅନ୍ତି। ତାଙ୍କୁ ମଧ୍ୟ ପୁଲିସ୍‌ ଜେରା କରିବା କଥା। ହେଲେ ଏପର୍ଯ୍ୟନ୍ତ ପୁଲିସ୍‌ କାହାରିକୁ ଜେରା କରିନଥିବା ବେଳେ କେବଳ ବାପାଙ୍କୁ ଅଟକ ରଖିଛି ବୋଲି ରଞ୍ଜିତା କହିଛନ୍ତି।

Related story