ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସହ କେକ୍ କାଟିଲା ପୁଲିସ୍

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ ନୀତି ଅନୁସାରେ ଆଜି ପର୍ଯ୍ୟନ୍ତ ୨୦୦ ନକ୍ସଲ ଆତ୍ମସମର୍ପଣ କରିସାରିଛନ୍ତି। ଏହି ଖୁସିରେ ପୁଲିସ୍ ନକ୍ସଲଙ୍କ ସହ କେକ୍ କାଟିଛନ୍ତି। ବୁଧବାର ୩ ହାର୍ଡକୋର ନକ୍ସଲ ପୁଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ନକ୍ସଲଙ୍କୁ ଧରିବା ପାଇଁ ପୁଲିସ୍ ଲକ୍ଷେ ଟଙ୍କାଏ ଲେଖାଏ ପୁରସ୍କାର ରଖିଥିଲା ଛତିଶଗଡ଼ ସରକାର। ବୁଧବାର CRPFର ଡିଆଇଜି ଏବଂ ଦନ୍ତେୱାଡା ପୁଲିସ ନିକଟରେ ନକ୍ସଲ ଆତ୍ମସମର୍ପଣ […]

mao

mao

Ranjit Kumar Jena
  • Published: Thursday, 19 November 2020
  • Updated: 19 November 2020, 09:18 AM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ ନୀତି ଅନୁସାରେ ଆଜି ପର୍ଯ୍ୟନ୍ତ ୨୦୦ ନକ୍ସଲ ଆତ୍ମସମର୍ପଣ କରିସାରିଛନ୍ତି। ଏହି ଖୁସିରେ ପୁଲିସ୍ ନକ୍ସଲଙ୍କ ସହ କେକ୍ କାଟିଛନ୍ତି। ବୁଧବାର ୩ ହାର୍ଡକୋର ନକ୍ସଲ ପୁଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି।

ନକ୍ସଲଙ୍କୁ ଧରିବା ପାଇଁ ପୁଲିସ୍ ଲକ୍ଷେ ଟଙ୍କାଏ ଲେଖାଏ ପୁରସ୍କାର ରଖିଥିଲା ଛତିଶଗଡ଼ ସରକାର। ବୁଧବାର CRPFର ଡିଆଇଜି ଏବଂ ଦନ୍ତେୱାଡା ପୁଲିସ ନିକଟରେ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସରେଣ୍ଡର କରିଥିବା ନକ୍ସଲ ନାଁ ହେଲା ନନ୍ଦା ରାମ ସୋଢି, ଜୋଟେଲ ମରକାମ, ରଞ୍ଜିସ ମୁଚାକି।

ଏହି ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିବା ପରେ ଏମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୁଲିସ ସେମାନଙ୍କ ପୁରସ୍କାର ରାଶି ଦେବା ସହ ସେମାନଙ୍କ ଥଇଥାନ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ରାଜ୍ୟ ସରକାର କରିବେ ବୋଲି ଦନ୍ତେୱାଡା SP ଅଭିଷେକ ପଲ୍ଲଭ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos