ପାଟଣାଗଡ଼ ହତ୍ୟା ଘଟଣାରେ ପୁଲିସ୍ ଖୋଜୁଛି ଖିଅ; ପୁଣି ୨ ଅଟକ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା ଘଟଣାରେ ଅଭିଯୁକ୍ତ ନିକଟରେ ପହଞ୍ଚିବା ପାଇଁ ନୂଆ ଖିଅ ଖୋଜୁଛି ପୁଲିସ୍‌। ଏହି ଲୋମଟାଙ୍କୁରା ଗଣହତ୍ୟା ଘଟଣାରେ ପୂର୍ବରୁ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଏବେ ଆଉ ଦୁଇ ଜଣଙ୍କୁ ଅଟକ ରଖିଛି ପୁଲିସ୍‌।  ଏହାବ୍ୟତୀତ ବାହାର ଜିଲ୍ଲାର ଆଉ କିଛି ଲୋକଙ୍କୁ ଆଣି ପୁଲିସ୍‌ ପଚରାଉଚରା କରୁଛି  । ସେମାନଙ୍କୁ ଅଧିକ ଜେରା […]

patnagarh

Niharika Rout
  • Published: Saturday, 14 November 2020
  • , Updated: 14 November 2020, 12:18 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା ଘଟଣାରେ ଅଭିଯୁକ୍ତ ନିକଟରେ ପହଞ୍ଚିବା ପାଇଁ ନୂଆ ଖିଅ ଖୋଜୁଛି ପୁଲିସ୍‌। ଏହି ଲୋମଟାଙ୍କୁରା ଗଣହତ୍ୟା ଘଟଣାରେ ପୂର୍ବରୁ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଏବେ ଆଉ ଦୁଇ ଜଣଙ୍କୁ ଅଟକ ରଖିଛି ପୁଲିସ୍‌।  ଏହାବ୍ୟତୀତ ବାହାର ଜିଲ୍ଲାର ଆଉ କିଛି ଲୋକଙ୍କୁ ଆଣି ପୁଲିସ୍‌ ପଚରାଉଚରା କରୁଛି  । ସେମାନଙ୍କୁ ଅଧିକ ଜେରା ପରେ ହତ୍ୟାର କାରଣ ସମ୍ପର୍କରେ ଅଧିକ ପ୍ରମାଣ ମିଳିବ ବୋଲି ଆଶା କରାଯାଉଛି ।

ଏହାପୂର୍ବରୁ ଅଟକ ରଖିଥିବା ଦୁଇ ଅଭିଯୁକ୍ତଙ୍କୁ ମୃତକଙ୍କ ପରିବାର ଲୋକ ଚିହ୍ନଟ କରିବା ସହ ସେମାନେ ହିଁ ହତ୍ୟା କରିଥିବା ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ,  ୪ ଦିନ ପୂର୍ବେ ସଅଁରାପଡ଼ାରେ  ରହୁଥିବା ବୁଲୁ , ତାଙ୍କ ପତ୍ନୀ ଓ  ୪ ସନ୍ତାନଙ୍କ ମୃତଦେହ ଘର ଭିତରୁ ମିଳିଥିଲା । ମୃତଦେହଗୁଡିକରେ କ୍ଷତ ଚିହ୍ନ ଥିବାରୁ ଅତି ବର୍ବର ଭାବେ ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ଏହି ଘଟଣାର ବର୍ଷେ ପୂର୍ବେ  ମୃତ ବୁଲୁ ଜାନୀଙ୍କ  ବଡ ପୁଅ ଶାନ୍ତା ରାମକୁ କୋରାପୁଟ କୋଟପାଡରେ ହତ୍ୟା କରାଯାଇଥିଲା ବୋଲି ପୁଲିସ୍‌ ତଦନ୍ତରୁ ଜଣାପଡ଼ିଥିଲା।

ମୃତକମାନେ ବିହାରର ମୂଳ ବାସିନ୍ଦା ହୋଇଥିବା ବେଳେ ଗତ ୧୦ ବର୍ଷ ହେଲା ପାଟଣାଗଡରେ ସ୍ଥାୟୀ ଭାବେ ରହୁଥିଲେ ।

Related story