ଦୁଷ୍କର୍ମ ପୀଡ଼ିତାଙ୍କୁ ୫୦ ହଜାର ଟଙ୍କା ମାଗୁଛି ପୁଲିସ!

ବ୍ରହ୍ମପୁର (ଜଗନ୍ନାଥ ସାହୁ): ୫୦ ହଜାର ଟଙ୍କା ଦେଲେ ଚାର୍ଜସିଟ୍‌ ଷ୍ଟ୍ରଙ୍ଗ କରିବୁ ଓ ସାକ୍ଷୀପ୍ରମାଣ ଯୋଗାଡ଼ କରିବୁ! ପୁଲିସ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ଜଣେ ଦୁଷ୍କର୍ମ ପୀଡ଼ିତା। ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ଆଇଆଇସି ଯଦି ଲାଞ୍ଚ ମାଗିବେ, ତାହାହେଲେ ନ୍ୟାୟ କେମିତି ପାଇବି ବୋଲି ପୀଡ଼ିତା କହିଛନ୍ତି। ତେଣୁ ନ୍ୟାୟ ପାଇଁ ପୀଡ଼ିତା ଆଜି ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୂରା ଘଟଣାଟି ଏମିତି। ଭୁବନେଶ୍ୱର ଅଞ୍ଚଳରେ ଜଣେ ଯୁବତୀଙ୍କୁ ଖଲ୍ଲିକୋଟ ଭେଜିପୁଟ […]

b.pur

b.pur

Manoranjan Sial
  • Published: Thursday, 24 September 2020
  • Updated: 24 September 2020, 04:42 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ୫୦ ହଜାର ଟଙ୍କା ଦେଲେ ଚାର୍ଜସିଟ୍‌ ଷ୍ଟ୍ରଙ୍ଗ କରିବୁ ଓ ସାକ୍ଷୀପ୍ରମାଣ ଯୋଗାଡ଼ କରିବୁ! ପୁଲିସ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ଜଣେ ଦୁଷ୍କର୍ମ ପୀଡ଼ିତା। ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ଆଇଆଇସି ଯଦି ଲାଞ୍ଚ ମାଗିବେ, ତାହାହେଲେ ନ୍ୟାୟ କେମିତି ପାଇବି ବୋଲି ପୀଡ଼ିତା କହିଛନ୍ତି। ତେଣୁ ନ୍ୟାୟ ପାଇଁ ପୀଡ଼ିତା ଆଜି ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପୂରା ଘଟଣାଟି ଏମିତି। ଭୁବନେଶ୍ୱର ଅଞ୍ଚଳରେ ଜଣେ ଯୁବତୀଙ୍କୁ ଖଲ୍ଲିକୋଟ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଯୁବତୀ ଜଣଙ୍କ ବିବାହ ପାଇଁ କହିବାରୁ ଆଉ ଧରାଛୁଅଁ ଦେଇନଥିଲେ ଟୁନା। ଯୁବତୀ ଜଣକ ଏନେଇ ଛତ୍ରପୁର ଏସ୍‌ପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଏସ୍ଆଇ ଟୁନା ପିଡ଼ିକାଙ୍କୁ ଗିରଫ କରିଥିଲା। କିଛି ଦିନ ପରେ ଟୁନା ବେଲ୍‌ରେ ଆସିଥିଲେ। ସେ ଭୁବନେଶ୍ୱର ଯାଇ ମାମଲା ପ୍ରତ୍ୟାହାର କରିବା ପାଇଁ ପୀଡ଼ିତାଙ୍କୁ ଧମକ ଚମକ ଦେଇଥିଲେ। ଏନେଇ ଏୟାର୍ ଫିଲ୍‌ଡ ଥାନାରେ ଲିଖିତ ଅଭିଯୋଗ କରିଥିବା ପୀଡ଼ିତା କହିଛନ୍ତି।
ଅନ୍ୟପକ୍ଷରେ ପୁଲିସ ଏହି ଘଟଣାରେ ୧୬୪ରେ ବୟାନ୍‌ ରେକର୍ଡ଼ କରିନାହିଁ କି ତାଙ୍କର ମେଡିକାଲ୍‌ ଚେକ୍‌ଅପ୍‌ ମଧ୍ୟ କରାଯାଇ ନାହିଁ ବୋଲି ପୀଡ଼ିତା କହିଛନ୍ତି। ମାମଲାର ତଦନ୍ତ ସମ୍ପର୍କରେ ଜାଣିବା ପାଇଁ ଥାନାକୁ ଫୋନ୍‌ କଲେ ଆଇଆଇସି ଦୁର୍ବ୍ୟବହାର କରୁଛନ୍ତି। ଏଥିପାଇଁ ଲାଞ୍ଚ ମାଗୁ ଛନ୍ତି। ୫୦ ହଜାର ଟଙ୍କା ଦେଲେ ଚାର୍ଜସିଟ୍‌କୁ ଷ୍ଟ୍ରଙ୍ଗ କରିବୁ ଓ ସାକ୍ଷୀପ୍ରମାଣ ଯୋଗାଡ଼ କରିବୁ ବୋଲି ଆଇଆଇସି ମହାଶୟ ଦାବି କରୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଯଦି ପୁଲିସ ଟଙ୍କା ମାଗିବ, ତାହା ହେଲେ ମୁଁ ନ୍ୟାୟ କେମିତି ପାଇବି ବୋଲି ପୀଡ଼ିତା କହିଛନ୍ତି।

ଆଇଆଇସିଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇ ଆଜି ପୀଡ଼ିତା ଦକ୍ଷିଣାଞ୍ଚର ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଭେଟିଛନ୍ତି। କୋର୍ଟରେ ୧୬୪ରେ ବୟାନ ରେକର୍ଡ଼ କରିବାକୁ ସେ ଦାବି କରିଛନ୍ତି। ଏହାଛଡ଼ା ମେଡିକାଲ୍‌ ଚେକ୍‌ଅପ୍‌ ଓ ତଦନ୍ତକାରୀ ଅଫିସର(ଆଇଓ)ଙ୍କୁ ପରିବର୍ତ୍ତନ କରାଯାଉ। ଯଦି ସେହି ଆଇଓ ରୁହନ୍ତି, ତାହାହେଲେ ମୋତେ ନ୍ୟାୟ ମିଳିବ ନାହିଁ ବୋଲି ପୀଡ଼ିତା କହିଛନ୍ତି।

ମାମଲା ବିଷୟରେ ଜାଣିବା ପରେ ଡିଆଇଜି ସତ୍ୟବ୍ରତ ଭୋଇ ଏ ସମ୍ପର୍କରେ ଗଞ୍ଜାମ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ପରେ ପୀଡ଼ିତାଙ୍କ ମାମଲାକୁ ଆଇୟୁସିଡବ୍ଲ୍ୟୁକୁ ହସ୍ତାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos