ଥାନା ଗାଡ଼ି ପୋଡ଼ି ମାମଲାରେ ୧୩ ଜଣଙ୍କୁ ଉଠାଇ ଆଣିଲା ପୁଲିସ

ଯାଜପୁର(ଗୁଲାମ ଗସ୍‌): ଶନିବାର ସନ୍ଧ୍ୟା ବେଳେ ଯାଜପୁର ପଣସୁଧା ଗାଁରେ ପୁଲିସ ଗାଡ଼ି ପୋଡ଼ି ମାମଲାରେ ୧୩ ଅଟକ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଘରେ ପଶି ୧୩ ଜଣଙ୍କୁ ଉଠାଇନେଇଛି ପୁଲିସ। ସେମାନଙ୍କୁ ବାଲିଚନ୍ଦ୍ରପୁର ଥାନାରେ ରଖି ପଚରାଉଚରା କରୁଛି। ତେବେ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଖୋଜୁଛି। ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ଦୀର୍ଘ ଦିନ ଧରି ଭରତପୁର ପଞ୍ଚାୟତର ପଣସୁଧା ଗାଁରେ ୨ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଯାହାକୁ ନଜରରେ […]

jajpur

jajpur

Manoranjan Sial
  • Published: Sunday, 07 March 2021
  • Updated: 07 March 2021, 08:10 AM IST

Sports

Latest News

ଯାଜପୁର(ଗୁଲାମ ଗସ୍‌): ଶନିବାର ସନ୍ଧ୍ୟା ବେଳେ ଯାଜପୁର ପଣସୁଧା ଗାଁରେ ପୁଲିସ ଗାଡ଼ି ପୋଡ଼ି ମାମଲାରେ ୧୩ ଅଟକ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଘରେ ପଶି ୧୩ ଜଣଙ୍କୁ ଉଠାଇନେଇଛି ପୁଲିସ। ସେମାନଙ୍କୁ ବାଲିଚନ୍ଦ୍ରପୁର ଥାନାରେ ରଖି ପଚରାଉଚରା କରୁଛି। ତେବେ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଖୋଜୁଛି।

ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ଦୀର୍ଘ ଦିନ ଧରି ଭରତପୁର ପଞ୍ଚାୟତର ପଣସୁଧା ଗାଁରେ ୨ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଯାହାକୁ ନଜରରେ ରଖି ଗାଁରେ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଏହା ସତ୍ତ୍ୱ ଗୋଟିଏ ଗୋଷ୍ଠୀ ଶନିବାର ସନ୍ଧ୍ୟା ବେଳେ ସଂଘବଦ୍ଧ ହୋଇ କଟିକଟା ଛକରୁ ବାହାରିଥିଲେ। ଏହା ଦେଖି ଅପରପକ୍ଷ ଗୋଷ୍ଠୀ ବିରୋଧ କରିଥିଲେ। ଯାହାଫଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏପରିକି ବାଲିଚନ୍ଦ୍ରପୁର ଥାନା ଜିପ୍‌ ଓ ଭ୍ୟାନ୍‌ରେ ନିଆଁ ଲଗାଇ ଦେଇଥିଲେ। ଜୀବନ ବିକଳରେ ପୁଲିସ ଗାଡ଼ି ଛାଡ଼ି ପଳାଇ ଯାଇଥିଲେ।

ଖବର ପାଇଁ ଏସ୍‌ଡିପି ଏକ ପ୍ଲାଟୁନ ପୁଲିସ ଫୋର୍ସ ଧରି ଗାଁରେ ପହଞ୍ଚିଛନ୍ତି। ଗାଁର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦିଆଯାଇଛି।ଏବେ ସ୍ଥିତି ଆୟତ୍ତରରେ ରହିଛି ବୋଲି ପୁଲିସ କହିଛି।

ସୂଚନାରୁ ପ୍ରକାଶ, ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ଗତ ୪ ବର୍ଷ ହେଲା ବିବାଦ ଦେଖାଇଥିଲା। ଗତକାଲି ଏହି ମାମଲା ଉଗ୍ରରୂପ ଧାରଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos