ଚୋର ଧରିବାକୁ ଯାଇ ହଟହଟା ହେଲା ପୁଲିସ୍‌

କୋଣାର୍କ(ସଞ୍ଜୟ ପତି): ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୁଲିସ୍‌ । ପୁରୀ ଜିଲ୍ଲା ଗୋପ ଥାନାର ୨ ଏସ୍‌ଆଇଙ୍କ ସମେତ ୧୦ ପୁଲିସ୍‌ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକ। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକ ରେଢୁଆ ଗାଁରେ। ସୂଚନା ଅନୁଯାୟୀ, ଏକ ଚୋରି ଘଟଣାର ତଦନ୍ତ କରିବାକୁ ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଗୋପ ଥାନାର ଦୁଇ ଜଣ ଏଏସଆଇଙ୍କ ସମେତ ୧୦ ପୁଲିସ୍‌ କର୍ମଚାରୀ ମହଲାପଡା ପଞ୍ଚାୟତର […]

puri-2-1

Niharika Rout
  • Published: Friday, 07 August 2020
  • , Updated: 07 August 2020, 08:46 AM IST

କୋଣାର୍କ(ସଞ୍ଜୟ ପତି): ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୁଲିସ୍‌ । ପୁରୀ ଜିଲ୍ଲା ଗୋପ ଥାନାର ୨ ଏସ୍‌ଆଇଙ୍କ ସମେତ ୧୦ ପୁଲିସ୍‌ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକ। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକ ରେଢୁଆ ଗାଁରେ।

ସୂଚନା ଅନୁଯାୟୀ, ଏକ ଚୋରି ଘଟଣାର ତଦନ୍ତ କରିବାକୁ ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଗୋପ ଥାନାର ଦୁଇ ଜଣ ଏଏସଆଇଙ୍କ ସମେତ ୧୦ ପୁଲିସ୍‌ କର୍ମଚାରୀ ମହଲାପଡା ପଞ୍ଚାୟତର ରେଢୁଆ ଗ୍ରାମକୁ ଯାଇଥିଲେ। ମାତ୍ର ତାହା ଏକ ମିଥ୍ୟା ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ କ’ଣ ପାଇଁ ଏତେ ରାତିରେ ଗାଁକୁ ଆସିଛି କହି ଉତ୍ତ୍ୟକ୍ତ ଲୋକେ ୨ଟି ପୁଲିସ୍‌ ଜିପ୍‌କୁ ଅଟକ ରଖିଥିଲେ। ଗାଁର ମହିଳାଙ୍କ ସମେତ ଶତାଧିକ ଲୋକେ ପୁଲିସ୍‌ର ଦୁଇଟି ଗାଡିକୁ ଦୀର୍ଘ ୬ ଘଣ୍ଟା ଧରି ଅଟକ ରଖିଥିଲେ।

ଖବର ପାଇ ଆଜି ସକାଳୁ ନିମାପଡା ଏସଡିପିଓ ପ୍ରଦୀପ କୁମାର ଦଳେଇଙ୍କ ସମେତ କୋଣାର୍କ , ନିମାପଡା, କାକାଟପୁର ଥାନା ଆଇସି ଓ ଏକ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏସଡିପିଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ଅଟକ ପୁଲିସ୍‌ କର୍ମଚାରୀଙ୍କୁ ଛାଡିଥିଲେ।

ପୁଲିସ୍‌ କର୍ମଚାରୀଙ୍କୁ ଅଟକ ରଖିଥିବା ଗ୍ରାମବାସୀଙ୍କ ବିରୋଧରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ବେଳେ  ଏହାକୁ ନେଇ ଆଲୋଚନା କିନ୍ତୁ ଜୋର ଧରିଛି।

Related story