ମାଓ ପ୍ରବଣ ବିଚ୍ଛିନ୍ନାଞ୍ଚଳରେ ପୋଲିସ ଡିଜି ଓ ବିଏସ୍‌ଏଫ୍‌ ଅତିରିକ୍ତ ଡିଜି

<p>ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଓ ପ୍ରବଣ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ପୋଲିସ ଡିଜି ଓ ବିଏସ୍ଏଫ୍ ଅତିରିକ୍ତ ଡିଜି। ଡିଜିପି ଡାକ୍ତର ଆରପି ଶର୍ମା ଓ ବିଏସଏଫ୍ ଏଡିଜି ଅପରେସନ୍ ଅରୁଣ କୁମାର ଗତକାଲି ଆଉ କିଛି ବରିଷ୍ଠ ପୋଲିସ ଅଫିସରଙ୍କ ସହ ବିଚ୍ଛିନ୍ନାଞ୍ଚଳକୁ ଯାଇ ମାଓ ଦମନ ସ୍ଥିତିର ସମୀକ୍ଷା କରିଥିଲେ। ମାଓ ମୁକାବିଲା ଷ୍ଟ୍ରାଟେଜି ଓ ସୁରକ୍ଷାକର୍ମୀଙ୍କ ମୁତୟନ ପ୍ରସଙ୍ଗକୁ ନେଇ ମୁଖ୍ୟତଃ ଆଲୋଚନା ହୋଇଥିଲା। ସେହିପରି ସୁରକ୍ଷାକର୍ମୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ସଡ଼କ, ଯୋଗାଯୋଗ ବ୍ୟବସ୍ଥା, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ନେବା ଆଣିବା ବ୍ୟବସ୍ଥାରେ କିପରି ସୁଧାର ଅଣାଯିବ ସେ ନେଇ ମଧ୍ୟ ବିସ୍ତୃତ ବିଚାର ବିମର୍ଶ ହୋଇଥିଲା। ଏନେଇ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଓ ଯୋଡାଆମ୍ବ କ୍ୟାମ୍ପରେ ମୁତୟନ ସୁରକ୍ଷାକର୍ମୀଙ୍କ ମତାମତ ମଧ୍ୟ ନିଆଯାଇଛି। ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଆଇଜି ଅପରେସନ ଆର.ପି.କୋଚେ, ମାଲକାନଗିରି ଏସ୍&zwnj;ପି ଜଗୋମହନ ମିନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବିଚ୍ଛିନ୍ନାଞ୍ଚଳ ଗସ୍ତ କରିଥିଲେ।</p>

Ordigital Desk
  • Published: Friday, 02 March 2018
  • Updated: 02 March 2018, 08:47 AM IST
<p>ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଓ ପ୍ରବଣ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ପୋଲିସ ଡିଜି ଓ ବିଏସ୍ଏଫ୍ ଅତିରିକ୍ତ ଡିଜି। ଡିଜିପି ଡାକ୍ତର ଆରପି ଶର୍ମା ଓ ବିଏସଏଫ୍ ଏଡିଜି ଅପରେସନ୍ ଅରୁଣ କୁମାର ଗତକାଲି ଆଉ କିଛି ବରିଷ୍ଠ ପୋଲିସ ଅଫିସରଙ୍କ ସହ ବିଚ୍ଛିନ୍ନାଞ୍ଚଳକୁ ଯାଇ ମାଓ ଦମନ ସ୍ଥିତିର ସମୀକ୍ଷା କରିଥିଲେ। ମାଓ ମୁକାବିଲା ଷ୍ଟ୍ରାଟେଜି ଓ ସୁରକ୍ଷାକର୍ମୀଙ୍କ ମୁତୟନ ପ୍ରସଙ୍ଗକୁ ନେଇ ମୁଖ୍ୟତଃ ଆଲୋଚନା ହୋଇଥିଲା। ସେହିପରି ସୁରକ୍ଷାକର୍ମୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ସଡ଼କ, ଯୋଗାଯୋଗ ବ୍ୟବସ୍ଥା, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ନେବା ଆଣିବା ବ୍ୟବସ୍ଥାରେ କିପରି ସୁଧାର ଅଣାଯିବ ସେ ନେଇ ମଧ୍ୟ ବିସ୍ତୃତ ବିଚାର ବିମର୍ଶ ହୋଇଥିଲା। ଏନେଇ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଓ ଯୋଡାଆମ୍ବ କ୍ୟାମ୍ପରେ ମୁତୟନ ସୁରକ୍ଷାକର୍ମୀଙ୍କ ମତାମତ ମଧ୍ୟ ନିଆଯାଇଛି। ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଆଇଜି ଅପରେସନ ଆର.ପି.କୋଚେ, ମାଲକାନଗିରି ଏସ୍&zwnj;ପି ଜଗୋମହନ ମିନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବିଚ୍ଛିନ୍ନାଞ୍ଚଳ ଗସ୍ତ କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos