ମୃତ୍ୟୁର ୪ ଦିନ ପରେ ପୋତା ଯାଇଥିବା ଶବକୁ ବାହାର କଲା ପୁଲିସ୍‌

ଉମରକୋଟ (କାର୍ତ୍ତିକ ମଲ୍ଲିକ): ପୋତା ହୋଇଥିବା ଏକ ଶବକୁ ବାହାର କରି ବ୍ୟବଚ୍ଛେଦ କଲା ପୁଲିସ୍। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ପଦିଆଗୁଡ଼ା ଗାଁରେ। ମୃତକଙ୍କ ନାଁ କିଶୋର ମାଝି (୧୮)। ସୂଚନା ଅନୁଯାୟୀ, ଗତ ୧୫ ତାରିଖ ଦିନ କିଶୋରଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ବଡ଼ବାପା ରାମ ମାଝି ଓ ତାଙ୍କ ପୁଅମାନେ କହିଥିଲେ। ଏହାପରେ ସେମାନେ ଗାଁ ଲୋକଙ୍କ ସହ ମିଶି କିଶୋରଙ୍କୁ ମଶାଣିରେ ପୋତି ଦେଇଥିଲେ। […]

deadbody

deadbody

Jyoshna Pradhan
  • Published: Saturday, 20 July 2019
  • Updated: 20 July 2019, 02:35 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ପୋତା ହୋଇଥିବା ଏକ ଶବକୁ ବାହାର କରି ବ୍ୟବଚ୍ଛେଦ କଲା ପୁଲିସ୍। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ପଦିଆଗୁଡ଼ା ଗାଁରେ। ମୃତକଙ୍କ ନାଁ କିଶୋର ମାଝି (୧୮)।

ସୂଚନା ଅନୁଯାୟୀ, ଗତ ୧୫ ତାରିଖ ଦିନ କିଶୋରଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ବଡ଼ବାପା ରାମ ମାଝି ଓ ତାଙ୍କ ପୁଅମାନେ କହିଥିଲେ। ଏହାପରେ ସେମାନେ ଗାଁ ଲୋକଙ୍କ ସହ ମିଶି କିଶୋରଙ୍କୁ ମଶାଣିରେ ପୋତି ଦେଇଥିଲେ। ହେଲେ ଏହାର ତିନି ଦିନ ପରେ କିଶୋରଙ୍କ ଭଉଣୀ କିସନ୍ତି ମାଝି ଉମରକୋଟ ଥାନାରେ ଏକ ଏତଲା ଦେଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ତାଙ୍କ ଭାଇଙ୍କୁ ତାଙ୍କ ବଡ଼ ବାପା ଓ ତାଙ୍କ ଦୁଇ ପୁଅ- ବିନାୟକ ମାଝି ଓ ସଞ୍ଜିବ ମାଝି ପିଟି ପିଟି ମାରି ଦେଇଛନ୍ତି। ତାଙ୍କ ବଡ଼ ବାପାଙ୍କ ସହ ଜମିଜମା ମାମଲାକୁ ନେଇ ସେମାନଙ୍କର ବହୁ ଦିନରୁ ବିବାଦ ରହିଥିଲା। ସେଥିପାଇଁ ତାଙ୍କୁ ମାରି ଦିଆଯାଇଛି ବୋଲି ସେ କହିଛନ୍ତି।

କିସନ୍ତିଙ୍କଠାରୁ ଅଭିଯୋଗ ପାଇବା ପରେ ସ୍ଥାନୀୟ ତହସିଲଦାର ଓ ଉମରକୋଟ ଆଇଆଇସିଙ୍କ ଉପସ୍ଥିତିରେ ଗତକାଲି ପୋତାଯାଇଥିବା ଶ‍ବକୁ ଖୋଳି ବାହାର କରାଯାଇଥିଲା। ଏଥିସହ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାର ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ପରେ ପୁଣି ଶବଟିକୁ ପୋତି ଦିଆଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି  ଉମରକୋଟ ଆଇଆଇସି କହିଛନ୍ତି।

ସୂଚନାଯୋଗ୍ୟ, କିଶୋରଙ୍କ ବାପା ଓ ମାଆଙ୍କ ପୂର୍ବରୁ ମୃତ୍ୟୁ ହୋଇଥିଲା। ତାଙ୍କର ଦୁଇ ଉଭଣୀ ବାହା ହୋଇ ଶାଶୂ ଘରେ ରହୁଛନ୍ତି। କିଶୋର ତାଙ୍କ ସାନ ଭଉଣୀ ସହ ତାଙ୍କ ବଡ଼ବାପା ରାମ ମାଝିଙ୍କ ପାଖରେ ରହୁଥିଲେ। ଗତ ରବିବାର ସନ୍ଧ୍ୟାରେ କିଶୋର ତାଙ୍କ ପକେଟ୍‌ରେ ଏକ ଛୋଟ ସାପକୁ ରଖିଥିବା ତାଙ୍କ ବଡ଼ବାପା ଦେଖିଥିଲେ। ଏଥିପାଇଁ ସେ ତାଙ୍କୁ ପିଟି ଥିଲେ ବୋଲି ବି ଜଣାପଡ଼ିଛି। ଆଉ ସେହି ରାତିରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତା’ପର ଦିନ ସକାଳେ ରାମ ଓ ତାଙ୍କ ପରିବାର ଲୋକେ ଗାଁ ଲୋକଙ୍କୁ ଏ ବିଷୟରେ ଜଣାଇବା ସହ ତାଙ୍କ ମୃତଦେହକୁ ପୋତି ଦେଇଥିଲେ। ଏ ଘଟଣା ନେଇ କିଶୋରଙ୍କ ଭଉଣୀମାନଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story