ବେଣୁକୁ ଏନ୍‌କାଉଣ୍ଟର

ଭଞ୍ଜନଗର(ପ୍ରଦୀପ ସ୍ୱାଇଁ): କିଛି ଦିନର ବ୍ୟବଧାନ ପରେ ଗଞ୍ଜାମରେ ପୁଣି ଥରେ ଏନକାଉଣ୍ଟର ହୋଇଛି। କୁଖ୍ୟାତ ଡକାୟତ ବେଣୁ ବାରିକକୁ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ବେଣୁର ବାମ ଗୋଡ଼ରେ ଗୁଳି ବାଜିଛି। ଗିରଫ ପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାରଯାଇଛି। ରାମପାଦ ଜଙ୍ଗଲ ଭିତରେ ବେଣୁ ଲୁଚି ରହିଥିବା ନେଇ ପୁଲିସ୍‌ ଖବର ପାଇଥିଲା। ଏହାପରେ ପୁଲିସ୍‌ ଉକ୍ତ ସ୍ଥାନ ଉପରେ ସଦଳବଳେ ଚଢ଼ଉ କରିଥିଲା। ପୁଲିସ୍‌କୁ ଦେଖି ବେଣୁ ଗୁଳି ମାରି ଖସି ଯିବାକୁ ଚେଷ୍ଟା […]

rttt788

rttt788

Tapaswini Nayak
  • Published: Tuesday, 13 November 2018
  • Updated: 13 November 2018, 01:36 PM IST

Sports

Latest News

ଭଞ୍ଜନଗର(ପ୍ରଦୀପ ସ୍ୱାଇଁ): କିଛି ଦିନର ବ୍ୟବଧାନ ପରେ ଗଞ୍ଜାମରେ ପୁଣି ଥରେ ଏନକାଉଣ୍ଟର ହୋଇଛି। କୁଖ୍ୟାତ ଡକାୟତ ବେଣୁ ବାରିକକୁ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ବେଣୁର ବାମ ଗୋଡ଼ରେ ଗୁଳି ବାଜିଛି। ଗିରଫ ପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାରଯାଇଛି।

ରାମପାଦ ଜଙ୍ଗଲ ଭିତରେ ବେଣୁ ଲୁଚି ରହିଥିବା ନେଇ ପୁଲିସ୍‌ ଖବର ପାଇଥିଲା। ଏହାପରେ ପୁଲିସ୍‌ ଉକ୍ତ ସ୍ଥାନ ଉପରେ ସଦଳବଳେ ଚଢ଼ଉ କରିଥିଲା। ପୁଲିସ୍‌କୁ ଦେଖି ବେଣୁ ଗୁଳି ମାରି ଖସି ଯିବାକୁ ଚେଷ୍ଟା କରିଥିଲା। ଏହାର ପାଲଟା ଜବାବ ପୁଲିସ ଦେଇଥିଲା।

ବେଣୁ ନୟାଗଡ଼ ଜିଲ୍ଲାରେ ଡକାୟତି ନାଁରେ କୁଖ୍ୟାତି ଅର୍ଜନ କରିଛି। ତା’ ନାଁରେ ମାଣିତରା ବ୍ୟାଙ୍କ ଲୁଟ୍ ସହ ୧୦ରୁ ଅଧିକ ସଙ୍ଗୀନ ମାମଲା ରହିଛି।

ନୟାଗଡ଼ ଓଡ଼ଗାଁ ଜାମପାଟଣା ଗାଁରେ ବେଣୁର ଘର।

ସୂଚନାଯୋଗ୍ୟ, ବିଭିନ୍ନ ଡକାୟତି ମାମଲାରେ ମୋଷ୍ଟୱାଣ୍ଟେଡ ବେଣୁକୁ ପୁଲିସ୍‌ ପୂର୍ବରୁ ମଧ୍ୟ ଗିରଫ କରିଥିଲା। ତାକୁ ଖୋର୍ଦ୍ଧା ଜେଲରେ ରଖାଯାଇଥିଲା। ହେଲେ ସେ ଜେଲ୍‌ରୁ ଫେରାର ହୋଇଯାଇଥିଲା। ଏହାପରେ ଗଞ୍ଜାମର ବିଭିନ୍ନ ସ୍ଥାନରେ ଡକାୟତି ଯୋଜନାକୁ ସଫଳ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos