ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣା: ୧୦ ଜଣଙ୍କ ନାଁରେ ଏତଲା ଦାଏର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବମିଖାଲ ଓଭର ବ୍ରିଜ ନିର୍ମାଣ ମାମଲାରେ ୧୦ ଜଣଙ୍କ ନାଁରେ ଏତାଲା ଦାଏର କରିଛି ପୋଲିସ୍‌। ସେମାନେ ହେଲେ ଠିକାଦାର ପ୍ରତାପ ପଣ୍ଡା, ସନ୍ତୋଷ ପଣ୍ଡା, ସୁଜାତା ପଣ୍ଡା, ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକ, ସହନିର୍ବାହୀ ଯନ୍ତ୍ରୀ ଦିଲୀପ ସାହୁ, ସହକାରୀ ଯନ୍ତ୍ରୀ ଦୁର୍ଗା ଚରଣ ସାହୁ, ପ୍ରୋଜେକ୍ଟ ମ୍ୟାନେଜର ନିରଜ ଶର୍ମା, ବିରଞ୍ଜି ନାରାୟଣ ଜେନା ଓ ବିପୁଲ ଚକ୍ରବର୍ତ୍ତୀ। ଏବେ ଏହି ଘଟଣାକୁ ଅତିରିକ୍ତ କମିଶନର ସଞ୍ଜୟ ସିଂହଙ୍କ ତତ୍ତ୍ୱାବଧାନରେ […]

3

Rakesh Mallick
  • Published: Tuesday, 08 May 2018
  • , Updated: 08 May 2018, 06:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବମିଖାଲ ଓଭର ବ୍ରିଜ ନିର୍ମାଣ ମାମଲାରେ ୧୦ ଜଣଙ୍କ ନାଁରେ ଏତାଲା ଦାଏର କରିଛି ପୋଲିସ୍‌। ସେମାନେ ହେଲେ ଠିକାଦାର ପ୍ରତାପ ପଣ୍ଡା, ସନ୍ତୋଷ ପଣ୍ଡା, ସୁଜାତା ପଣ୍ଡା, ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକ, ସହନିର୍ବାହୀ ଯନ୍ତ୍ରୀ ଦିଲୀପ ସାହୁ, ସହକାରୀ ଯନ୍ତ୍ରୀ ଦୁର୍ଗା ଚରଣ ସାହୁ, ପ୍ରୋଜେକ୍ଟ ମ୍ୟାନେଜର ନିରଜ ଶର୍ମା, ବିରଞ୍ଜି ନାରାୟଣ ଜେନା ଓ ବିପୁଲ ଚକ୍ରବର୍ତ୍ତୀ। ଏବେ ଏହି ଘଟଣାକୁ ଅତିରିକ୍ତ କମିଶନର ସଞ୍ଜୟ ସିଂହଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି।

ସେପେଟ ବମିଖାଲ ଓଭର ବ୍ରିଜ ଦୁର୍ଘଟଣା ମାମଲାରେ ପଣ୍ଡା ଇନଫ୍ରା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ରିଜ ପାଖରେ ବିଜେପି ରିଲେ ଅନଶନ ଆରମ୍ଭ କରିଛି। ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଗିରଫ ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ। ଏହି ରିଲେ ଅନଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏନେଇ ଦଳ ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଛି।

ଗତ ୩ ତାରିଖ ରାତିରେ ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ବେଳେ ଘଟିଥିଲା ଦୁର୍ଘଟଣା। ରଡ୍‌ ତଳେ ଚାପି ହୋଇଯାଇଥିଲେ ଦୁଇ ଜଣ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍‌ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ବଅସ୍ଥାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଏବେ ଏକ ବେସରକାରୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ କଟକ ରୋଡ଼୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲେ। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହିତ ଠିକା ସଂସ୍ଥାର ମାଲିକଙ୍କୁ ଗିରଫ ପାଇଁ ଦାବି କରିଥିଲେ। ତା’ପର ଦିନ ଅର୍ଥାତ ୪ ତାରିଖ ସକାଳେ ପୋଲିସ ବ୍ରିଜ୍‌ ନିର୍ମାଣ କରୁଥିବା ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ପୋଜେକ୍ଟର ମାଲିକଙ୍କୁ ଗିରଫ କରିଥିଲା।

Related story