ବାଇକ୍‌ ସହ ଜଳୁଥିବା ଯୁବକଙ୍କ ପରିଚୟ ମିଳିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଆଚାର୍ଯ୍ୟବିହାର ଫ୍ଲାଏଓଭର ବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ୍ ଜଳି ଯାଇଥିବା ବେଳେ ଏହାର ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ମୃତ ଚାଳକଜଣଙ୍କର ପତ୍ତା ଗତକାଲି ଜଣାପଡ଼ି ନ ଥିବା ବେଳେ ଆଜି ତାଙ୍କ ପରିଚୟ ମିଳିପାରିଛି। ମୃତକଜଣକ ଅମ୍ବିକା ପ୍ରସାଦ ପତି ଓ ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି। ଅମ୍ବିକା ଏକ କମ୍ପାନୀର ମାର୍କେଟିଂରେ କାମ କରୁଥିବା ବେଳେ କେସୁରାରେ ଘର ଭଡ଼ା ନେଇ […]

youth

youth

Niharika Rout
  • Published: Monday, 27 June 2022
  • Updated: 27 June 2022, 12:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଆଚାର୍ଯ୍ୟବିହାର ଫ୍ଲାଏଓଭର ବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ୍ ଜଳି ଯାଇଥିବା ବେଳେ ଏହାର ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ମୃତ ଚାଳକଜଣଙ୍କର ପତ୍ତା ଗତକାଲି ଜଣାପଡ଼ି ନ ଥିବା ବେଳେ ଆଜି ତାଙ୍କ ପରିଚୟ ମିଳିପାରିଛି। ମୃତକଜଣକ ଅମ୍ବିକା ପ୍ରସାଦ ପତି ଓ ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି।

ଅମ୍ବିକା ଏକ କମ୍ପାନୀର ମାର୍କେଟିଂରେ କାମ କରୁଥିବା ବେଳେ କେସୁରାରେ ଘର ଭଡ଼ା ନେଇ ରହୁଥିଲେ। ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ସେ ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଯାଇଥିଲେ। ମାତ୍ର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା ।

ଅପରପକ୍ଷେ, ଗତକାଲି ରାତିରେ ପୁଲିସ୍‌ ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଚିହ୍ନଟ ହୋଇ ପାରି ନ ଥିବା ବେଳେ ଗାଡ଼ି ନମ୍ବର ସାଙ୍ଗକୁ ଘଟଣାସ୍ଥଳରୁ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ପାଇ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଥିଲା। ଏହାପରେ ମୃତକଜଣକ ଅମ୍ବିକା ପ୍ରସାଦ ପତି ବୋଲି ଚିହ୍ନଟ ହୋଇଥିଲେ। ଏନେଇ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ବ୍ରିଜରେ ଏକ ବାଇକ୍ ହୁତୁହୁତୁ ହୋଇ ଜଳୁଥିଲା। ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ନିକଟକୁ ଯିବାରୁ ବାଇକ୍‌ ଚାଳକଜଣକ ମଧ୍ୟ ସେଠାରେ ଜଳୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ସହିଦନଗର ପୁଲିସ୍‌ ପହଞ୍ଚି ପୋଡା ବାଇକ୍‌ ଜବତ କରିବା ସହ ଏହାର ଚାଳକଙ୍କୁ ଉଦ୍ଧାର କରିଥିଲା। ମାତ୍ର ସେତେବେଳକୁ ପୋଡ଼ି ହୋଇ ଯୁବକଙ୍କ ମୃତ୍ୟୁ  ହୋଇ ସାରିଥିଲା।

ମୃତ ଯୁବକଙ୍କ ଚିହ୍ନଟ ହୋଇ ସାରିଥିବା ବେଳେ ଏବେ ଏହା ପଛର କାରଣ କ’ଣ ତାହା ଖୋଜୁଛି ପୁଲିସ୍‌ ।  ଏହା ଏକ ଦୁର୍ଘଟଣା ନା ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଛି ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story