ମର୍ଡର ମାସେ ପରେ ପୁଲିସ୍‌ ହାତରେ ବଡ଼ ସୁରାଗ, ଏବେ ଜଣାପଡ଼ିବ ଶର୍ମିଷ୍ଠାଙ୍କ ଠିକଣା!

ଯାଜପୁର (ଗୁଲାମ ଗସ୍‌): ମିଳିଲା କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କ ମୋବାଇଲ୍‌। ହତ୍ୟାକାଣ୍ଡ ଘଟିବାର ମାସେ ପରେ ପୁଲିସ୍‌ ମାନସଙ୍କ ମୋବାଇଲ୍‌ ଜବତ କରିଛି। ଆଉ ସେଥିରୁ ହତ୍ୟାକାଣ୍ଡର ଖିଅ ମିଳିପାରେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ହତ୍ୟା ମାମଲାର ମାଷ୍ଟରମାଇଁଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାଙ୍କ ସମର୍ଥକଙ୍କୁ ଖୋଜିବା ପାଇଁ ରାଉରକେଲା ଯାଇଥିବା ପୁଲିସ୍‌ ଟିମ୍‌ ଖାଲି ହାତରେ ଫେରିଛି। ପୁଲିସ୍‌ ଗସ୍ତ ପୂର୍ବରୁ ସେଠାରେ ଶର୍ମିଷ୍ଠା ଚମ୍ପଟ ମାରିଥିବା ଆଲୋଚନା ହେଉଛି। ସୂଚନା ମୁତାବକ […]

Manas and Sarmista

Manoranjan Sial
  • Published: Sunday, 20 March 2022
  • , Updated: 20 March 2022, 10:08 PM IST

ଯାଜପୁର (ଗୁଲାମ ଗସ୍‌): ମିଳିଲା କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କ ମୋବାଇଲ୍‌। ହତ୍ୟାକାଣ୍ଡ ଘଟିବାର ମାସେ ପରେ ପୁଲିସ୍‌ ମାନସଙ୍କ ମୋବାଇଲ୍‌ ଜବତ କରିଛି। ଆଉ ସେଥିରୁ ହତ୍ୟାକାଣ୍ଡର ଖିଅ ମିଳିପାରେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ହତ୍ୟା ମାମଲାର ମାଷ୍ଟରମାଇଁଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାଙ୍କ ସମର୍ଥକଙ୍କୁ ଖୋଜିବା ପାଇଁ ରାଉରକେଲା ଯାଇଥିବା ପୁଲିସ୍‌ ଟିମ୍‌ ଖାଲି ହାତରେ ଫେରିଛି। ପୁଲିସ୍‌ ଗସ୍ତ ପୂର୍ବରୁ ସେଠାରେ ଶର୍ମିଷ୍ଠା ଚମ୍ପଟ ମାରିଥିବା ଆଲୋଚନା ହେଉଛି।

ସୂଚନା ମୁତାବକ ମାସେ ତଳେ କାମ କରିବାକୁ ଯାଉଥିବା ଜଣେ ଶ୍ରମିକ ୧୬ ନମ୍ୱର ଜାତୀୟ ରାଜପଥର ସଙ୍ଖାରିଢ଼ିହ ନିକଟରୁ ଗୋଟିଏ ମୋବାଇଲ ପାଇଥିଲା। ସେ ସେହି ମୋବାଇଲ୍‌ଟିକୁ ସେଠାରେ ଥିବା ଏକ ପାନ ଦୋକାନୀକୁ ହସ୍ତାନ୍ତର କରିଥିଲେ। ପରେ ସେହି ମୋବାଇଲକୁ ଦୁଇଟି କଲ୍‌ ଆସିଥିଲା। ଫୋନ୍‌ ରିସିଭ୍‌ କରି ଠକଣା ବତାଇଥିଲେ ଦୋକାନୀ। ହେଲେ ଫୋନ୍‌ କରିଥିବା ବ୍ୟକ୍ତି ଆସିଲେ ନାହିଁ। ଦୋକାନୀ ମାଲିକ ୪ ଦିନ ଅପେକ୍ଷା କରି ମୋବାଇଲ୍‌ଟିକୁ ଧର୍ମଶାଳା ଥାନାର ଜିମା ଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ଚାନ୍ଦବାଲି ପୁଲିସ୍‌ ଧର୍ମଶାଳା ଥାନାରୁ ମୋବାଇଲ୍‌ ନେଇଯାଇଛି।

ଜବତ ହୋଇଥିବା ମାନସଙ୍କର ବୋଲି ସ୍ପଷ୍ଟ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଧର୍ମଶାଳା ପାଖରେ ମୋବାଇଲ୍‌ ପଡ଼ିଲା କେମିତି? ଦୁଇ ଥର ଫୋନ୍‌ କରିଥିବା ବ୍ୟକ୍ତି କିଏ? ଠକଣା ଜାଣିଲା ପରେ ମଧ୍ୟ କାହିଁକି ମୋବାଇଲ୍‌ ନେବା ପାଇଁ ଆସିଲେ ନାହିଁ? ହତ୍ୟା କରିଥିବା ଅଭିଯୁକ୍ତମାନେ ମାନସଙ୍କ ମୋବାଇଲ୍‌ ପାଇବା ପାଇଁ ଫୋନ୍‌ କରିନାହାନ୍ତି ତ? ମାନସଙ୍କ ମୋବାଇଲ୍‌ ମିଳିବା ପରେ ଏମିତି ସସ୍‌ପେନ୍ସ ଜାରି ରହିଛି।

ଅଭିଯୋଗ ହେଉଛି, ୭ ତାରିଖ ସକାଳେ ମାନସଙ୍କୁ ଭଦ୍ରକରୁ ମାଡ଼ ମାରି ଅପହରଣ କରି ଆଣିଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗି। ଭଦ୍ରକରୁ ଫେରିବା ବେଳେ ମାନସ ତାଙ୍କ ମୋବାଇଲ୍‌କୁ ଫିଙ୍ଗି ଥାଇପାରନ୍ତି। ସିଏ ଯାହା ହେଉନା କାହିଁକି ମାନସଙ୍କ ମୋବାଇଲ୍‌ରେ ହତ୍ୟା ଖିଅ ନିଶ୍ଚିତ ଥିବ ବୋଲି ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ଦୁଇ ଦୁଇ ଥର ଜେରାର ସମ୍ମୁଖୀନ ହୋଇଥିବା ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ଏବେ ଫେରାର ହୋଇଯାଇଛି। ପ୍ରତିଦିନ ଠିକଣା ବଦଳାଉଛି। ଯେଉଁଥିପାଇଁ ପୁଲିସ୍‌ ତାଙ୍କୁ ଗିରଫ କରିପାରୁ ନାହିଁ। ସେପଟରେ ଶର୍ମିଷ୍ଠାଙ୍କୁ ଧରିବା ପାଇଁ ପୁଲିସ୍‌ ୩ଟି ଟିମ୍‌ ଗଠନ କରିଛି। ଗୋଟିଏ ଟିମ୍‌ ରାଉରକେଲା ଯାଇଥିବା ବେଳେ ଆଉ ଗୋଟିଏ ଟିମ୍‌ ବିଶାଖାପାଟଣା ଯାଇଛି। ଆଉ ଗୋଟିଏ ଟିମ୍‌ ଆଖପାଖ ଅଞ୍ଚଳରେ ତଦନ୍ତ କରୁଛି। ତେବେ ରାଉରକେଲା ଯାଇଥିବା ଟିମ୍‌ ଶନିବାର ଖାଲି ହାତରେ ଫେରି ଆସିଛି।

Related story