କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପୁଲିସ

ବାରିପଦା(ମାନିକ ଲାଲ ପାଣି): ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବାରିପଦା ସ୍ଥିତ କାର୍ଯ୍ୟାଳୟରେ ପୁଲିସ। ସେହି ସମୟରେ ମନ୍ତ୍ରୀ ଅଫିସ୍‌ରେ ନଥିବାରୁ ପୁଲିସ ଜଣେ ଯୁବକଙ୍କୁ ପଚରାଉଚରା କରି ଫେରିଆସିଛି। ଜନୁଆରୀ ୨୧ ତାରିଖରେ ମୟୂରଭଞ୍ଜ ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର ଦେବାଶିଷ ମହାପାତ୍ର ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଅଶ୍ୱିନୀ କୁମାର ମଲ୍ଲିକଙ୍କୁ ସମୀକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଡାକିଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଆମେ ଯାଇପାରିବୁ ନାହିଁ ବୋଲି ଦୁଇ […]

BJP

Manoranjan Sial
  • Published: Monday, 31 January 2022
  • , Updated: 31 January 2022, 10:03 PM IST

ବାରିପଦା(ମାନିକ ଲାଲ ପାଣି): ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବାରିପଦା ସ୍ଥିତ କାର୍ଯ୍ୟାଳୟରେ ପୁଲିସ। ସେହି ସମୟରେ ମନ୍ତ୍ରୀ ଅଫିସ୍‌ରେ ନଥିବାରୁ ପୁଲିସ ଜଣେ ଯୁବକଙ୍କୁ ପଚରାଉଚରା କରି ଫେରିଆସିଛି।

ଜନୁଆରୀ ୨୧ ତାରିଖରେ ମୟୂରଭଞ୍ଜ ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର ଦେବାଶିଷ ମହାପାତ୍ର ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଅଶ୍ୱିନୀ କୁମାର ମଲ୍ଲିକଙ୍କୁ ସମୀକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଡାକିଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଆମେ ଯାଇପାରିବୁ ନାହିଁ ବୋଲି ଦୁଇ ଅଧିକାରୀ କହିଥିଲେ। ଏହା ପରେ ମନ୍ତ୍ରୀ ସେମାନଙ୍କୁ ବାରିପଦା ସର୍କିଟ୍‌ ହାଉସ୍‌କୁ ଡ଼କାଇଥିଲେ। ମାତ୍ର ସେମାନେ ରାଜି ହୋଇନଥିଲା।

ଶେଷରେ ମନ୍ତ୍ରୀ ନିଜ ତକତପୁର ସ୍ଥିତ କାର୍ଯ୍ୟାଳୟକୁ ଦୁଇ ଅଧିକାରୀଙ୍କୁ ଡକାଇଥିଲେ। ଡାକରା ପାଇ ଦୁଇ ଅଧିକାରୀ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ହେଲେ ସେମାନେ ବିଭାଗର ଫାଇଲ ଆଣିନଥିବାରୁ ଉଭୟଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ ମନ୍ତ୍ରୀ। ଏହା ପରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ସେଠାରେ କୁଆଡ଼େ ମନ୍ତ୍ରୀ ପ୍ଲାଷ୍ଟିକ ଚେୟାର ଉଠାଇ ଦୁଇ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ଏନେଇ ଦୁଇ ଅଧିକାରୀ ବାରିପଦା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ମନ୍ତ୍ରୀଙ୍କ ବିରୋଧରେ ପୁଲିସ୍‌ ୩୨୩, ୩୨୫, ୩୪୧, ୨୯୪, ୫୦୬ ଦଫାରେ ମାମଲା ରୁଜୁ କରିଥିଲା। ଆଜି ଏହି ଘଟଣାର ତଦନ୍ତ ପାଇଁ ମୟୂରଭଞ୍ଜ ପୁଲିସ୍‌ର ୮ ଜଣିଆ ଟିମ୍‌ ଓ ସାଇଣ୍ଟିଫିକ୍‌ ଦଳ ମନ୍ତ୍ରୀଙ୍କ ତକତପୁର କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲା। ମାତ୍ର ଏହି ସମୟରେ କାର୍ଯ୍ୟାଳୟରେ ମନ୍ତ୍ରୀ ନଥିଲେ। ତାଙ୍କ ଅନୁପସ୍ଥିତିରେ ଜଣେ କର୍ମଚାରୀଙ୍କୁ ପୁଲିସ୍‌ ଜେରା କରି ଫେରିଥିବା ଜଣାପଡ଼ିଛି।

Related story