ବିଜେଡିର ବାହୁବଳୀ ବିଧାୟକଙ୍କ ବିରୋଧରେ ପ୍ରମାଣ ଅଛି, ପୁଲିସ ଚୁପ୍‌

ବଲାଙ୍ଗିର(ଓଡ଼ିଶା ରିପୋର୍ଟର) ସୁରକ୍ଷା ବଳୟରେ ବିଜେଡିର ବାହୁବଳୀ ବିଧାୟକ ସରୋଜ ମେହେର। ଯନ୍ତ୍ରୀଙ୍କୁ ଯନ୍ତ୍ରଣା ଅଭିଯୋଗରେ ସଂଗୀନ ଦଫା ଲାଗିଥିଲେ ବି ଆଗକୁ ବଢୁନି ପୁଲିସ। କେବଳ ଦଫା ନୁହେଁ, ବିଭାଗୀୟ ଅଧିକାରୀଙ୍କ ଠାରୁ ପକ୍କା ପ୍ରମାଣ ବି ପାଇଛନ୍ତି ଜିଲ୍ଲାପାଳ । ଏହାପରେ ବି, ନା ତାଙ୍କୁ ଗିରଫ କରାଯାଉଛି, ନା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି  ସରକାରୀ ଦଳ । ଘଟଣାକୁ ୫ ଦିନ ବିତିଯାଇଥିଲେ ବି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଭୟ […]

cc-98

cc-98

Tapas Behera
  • Published: Monday, 10 June 2019
  • Updated: 10 June 2019, 07:34 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର) ସୁରକ୍ଷା ବଳୟରେ ବିଜେଡିର ବାହୁବଳୀ ବିଧାୟକ ସରୋଜ ମେହେର। ଯନ୍ତ୍ରୀଙ୍କୁ ଯନ୍ତ୍ରଣା ଅଭିଯୋଗରେ ସଂଗୀନ ଦଫା ଲାଗିଥିଲେ ବି ଆଗକୁ ବଢୁନି ପୁଲିସ। କେବଳ ଦଫା ନୁହେଁ, ବିଭାଗୀୟ ଅଧିକାରୀଙ୍କ ଠାରୁ ପକ୍କା ପ୍ରମାଣ ବି ପାଇଛନ୍ତି ଜିଲ୍ଲାପାଳ । ଏହାପରେ ବି, ନା ତାଙ୍କୁ ଗିରଫ କରାଯାଉଛି, ନା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି  ସରକାରୀ ଦଳ । ଘଟଣାକୁ ୫ ଦିନ ବିତିଯାଇଥିଲେ ବି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଭୟ ଆଉ ଆଶଙ୍କାରେ ରହିଛନ୍ତି ପରିବାର ସଦସ୍ୟ । ସେପଟେ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।

ଜୁନ୍ ୫, ସମୟ ପ୍ରାୟ ୩ଟା । ଗମ୍ଭାରୀ ଗାଁର ନିର୍ମାଣାଧିନ ରାସ୍ତାରେ ନିମ୍ନମାନର କାମ ହେଉଥିବା ଦର୍ଶାଇ ସର୍ବସାଧାରଣରେ କନିଷ୍ଠ ଯନ୍ତ୍ରୀଙ୍କୁ ଦଣ୍ଡବିଧାନ କରିଥିଲେ ବିଧାୟକ ସରୋଜ ମେହେର । ୫ ମିନିଟ୍‌ରେ ଶହେ ଥର ଉଠ୍‌ବସ୍ ହେବାକୁ ନିର୍ଦ୍ଦେଶ ଦେଇଥିଲେ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ। ଘଟଣାକୁ ଇତିମଧ୍ୟରେ ବିତିଗଲାଣି ୫ ଦିନ । ଥାନାରେ ପତ୍ନୀଙ୍କ ଏତଲା ଆଧାରରେ ମାମଲା ବି ରୁଜୁ ହୋଇଛି। ହେଲେ ସରୋଜଙ୍କ ପାଖରେ ପହଞ୍ଚିପାରୁନି ପୁଲିସ। ଫଳରେ ଭୟ ଆଉ ଆତଙ୍କରେ ଥିବା ପରିବାର ସଦସ୍ୟ ପାଟଣାଗଡ଼ ଛାଡ଼ି ଗାଁକୁ ଫେରିଛନ୍ତି । ଘଟଣାପରଠୁ ଜୟକାନ୍ତ କାର୍ଯ୍ୟରେ ବି ଯୋଗଦେଇନାହାଁନ୍ତି । ସେପଟେ ବିଧାୟକଙ୍କ ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କରି ଜିଲ୍ଲା ଯନ୍ତ୍ରୀ ସଂଘ ୩ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବାବେଳେ ଓବିସି ସଂଘ ବି ଘଟଣାକୁ ନିନ୍ଦା କରିଛି । ଅପରପକ୍ଷେ ବେଲପଡ଼ା ଥାନାର ଦ୍ୱାରସ୍ଥ ହୋଇ ବଲାଙ୍ଗିର ଜିଲ୍ଲା ଆଦିବାସୀ ସଂଘ ବିଧାୟକଙ୍କ ଗିରଫ ଦାବି କରିଛି ।

ଏପଟେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତଙ୍କୁ ଉଠ୍‌ବସ୍ ଘଟଣାର ପକ୍କା ପ୍ରମାଣ ପାଇଛନ୍ତି ଜିଲ୍ଲାପାଳ। ନିମ୍ନମାନର ରାସ୍ତା କାମ ହେଉଥିବାରୁ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀ ଜୟକାନ୍ତଙ୍କୁ ସର୍ବସାଧାରଣରେ ଦଣ୍ଡିତ କରିଛନ୍ତି ବୋଲି ସ୍ପଷ୍ଟ କରିଛି ପ୍ରଶାସନ । ଏହାବ୍ୟତୀତ ବିଧାୟକ ବାଧ୍ୟ କରିବାରୁ ପିଡବ୍ଲୁଡିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଓ ବିଭାଗୀୟ ଅଧିକାରୀଙ୍କ ସାମ୍ନାରେ ଚାପୁଡ଼ା ମାରିଥିବା ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ରିପୋର୍ଟରେ ଦର୍ଶାଯାଇଛି । ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ପଠାଇ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ତେବେ ବିଧାୟକଙ୍କ ବିରୋଧରେ ଏତେ ସବୁ ପ୍ରମାଣ ଓ ଏସ୍ସି/ଏସ୍ଟି ଧାରା ୩ ଅନୁଯାୟୀ ସଂଗୀନ ମାମଲା ସହ ୮ଟି ଦଫା ସତ୍ତ୍ୱେ କାହିଁକି ଗିରଫ କରୁନି ପୋଲିସ ? ଏତଲାର ୪ ଦିନ ପରେ ବି ବିଧାୟକଙ୍କ ପ୍ରତି ଏତେ ଦରଦ କାହିଁକି ? ସେନେଇ ନାନା ପ୍ରଶ୍ନ ଉଠୁଥିବାବେଳେ ପୁଲିସ କିନ୍ତୁ ମୁହଁ ଖୋଲିବାକୁ ନାରାଜ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story