ରିଜର୍ଭ ପୁଲିସ ହାବିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

କେନ୍ଦ୍ରପଡ଼ା(ମନୋଜ କୁମାର ସ୍ୱାଇଁ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ କେନ୍ଦ୍ରାପଡ଼ା ରିଜର୍ଭ ପୁଲିସ ହାବିଲଦାର ତ୍ରୈଲୋକ୍ୟନାଥ ଜେନାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ତୈଲୋକ୍ୟଙ୍କ ବାସଭବନ ସହ ତାଙ୍କ ପୈତୃକ ଘର ବନିଆଁ ଓ ଶ୍ୱଶୁର ଘର ବରାଇଲୋରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍‌।

ଚଢ଼ଉ ବେଳେ ୬୦ ଲକ୍ଷ ଟଙ୍କାର ଘର, ୭ଟି ବ୍ୟାଙ୍କ୍‌ ଆକାଉଣ୍ଟ, ସୁନା ଗହଣା ଓ ବିଭିନ୍ନ ସ୍ଥାନରେ ଥିବା ଜମିର କାଗଜପତ୍ର ଜବତ କରାଯାଇଛି।

ତ୍ରୈଲୋକ୍ୟନାଥ ୨୩ ବର୍ଷ ହେବ ପୁଲିସ ବିଭାଗରେ କାର୍ଯ୍ୟରତ ଥିଲେ।