ମିଳିନି ସନ୍ତୋଷଜନକ ଉତ୍ତର: ପୁଣି ଗୋଲକଙ୍କୁ ଜେରା କରିବ ପୋଲିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପୁଣି ଥରେ ଗୋଲକଙ୍କୁ ଜେରା କରିବ ପୋଲିସ। ଗତକାଲିର ମାରଥନ ଜେରା ପରେ ବି କିଛି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ପାଇ ନଥିବାରୁ ପୋଲିସ ଗୋଲକଙ୍କୁ ଖୁବଶୀଘ୍ର ପୁଣି ଡାକିପାରେ ବୋଲି କୁହାଯାଉଛି। ତେବେ ଏଥର ରିମାଣ୍ଡରେ ଥିବା କୃଷ୍ଣ ନାୟକଙ୍କ ସହ ଗୋଲକଙ୍କୁ ସାମନା ସାମନି ବସାଇ ପଚରାଉଚରା କରିପାରେ ପୋଲିସ। ଗୋଲକ ଜେରା ହେବା ପରେ ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡରେ ବିଜେପିର ମୁଖା ଖୋଲିଯାଇଛି ବୋଲି ବିଜେଡି […]

bjd

Rakesh Mallick
  • Published: Thursday, 02 November 2017
  • , Updated: 02 November 2017, 10:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପୁଣି ଥରେ ଗୋଲକଙ୍କୁ ଜେରା କରିବ ପୋଲିସ। ଗତକାଲିର ମାରଥନ ଜେରା ପରେ ବି କିଛି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ପାଇ ନଥିବାରୁ ପୋଲିସ ଗୋଲକଙ୍କୁ ଖୁବଶୀଘ୍ର ପୁଣି ଡାକିପାରେ ବୋଲି କୁହାଯାଉଛି। ତେବେ ଏଥର ରିମାଣ୍ଡରେ ଥିବା କୃଷ୍ଣ ନାୟକଙ୍କ ସହ ଗୋଲକଙ୍କୁ ସାମନା ସାମନି ବସାଇ ପଚରାଉଚରା କରିପାରେ ପୋଲିସ। ଗୋଲକ ଜେରା ହେବା ପରେ ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡରେ ବିଜେପିର ମୁଖା ଖୋଲିଯାଇଛି ବୋଲି ବିଜେଡି କହିଥିବା ବେଳେ ଲକ୍ଷ୍ମୀଦତ୍ତଙ୍କ ମାଆ ଉଠାଇଥିବା ନାଁକୁ ନେଇ ବିଜେଡିକୁ ଘେରିଛି ବିଜେପି।

ଗୋଲକଙ୍କଠାରୁ ଲକ୍ଷ୍ମୀଦତ୍ତ ହତ୍ୟା ମାମଲା ପୋଲିସ ଖୋଜୁଥିବା ଉତ୍ତର ପାଇନି। ତେଣୁ ପୁଣି ଥରେ ଗୋଲକଙ୍କୁ ଡାକି ପଚରା ଉଚରା କରିପାରେ ପୋଲିସ। ମିଳିଥିବା ସୂଚନା ଅନୁସାରେ ଗତକାଲି ପୋଲିସ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୩ ଘଣ୍ଟା ଗୋଲକଙ୍କୁ ପଚାରିଥିଲା ୧୨ରୁ ଅଧିକ ପ୍ରଶ୍ନ। ପୋଲିସ ପଚାରିଥିଲା କୃଷ୍ଣ ନାୟକଙ୍କ ସହ ତାଙ୍କର କେତେ ଦିନର ସଂପର୍କ ?  ହତ୍ୟାକାଣ୍ଡ ପୂର୍ବରୁ କୃଷ୍ଣଙ୍କ ସହ କଥା ହୋଇଥିଲେ କି ? ହତ୍ୟାକାଣ୍ଡ ପରେ କୃଷ୍ଣଙ୍କ ସହ ଫୋନରେ କେବେ ଓ କେତେଥର କଥା ହୋଇଥିଲେ ? ଏହି କଥାବାର୍ତ୍ତାର ପ୍ରସଙ୍ଗ ସଂଗଠନ ସଂପର୍କରେ ଥିଲା ନା ମର୍ଡର ସହ ସଂପର୍କିତ ଥିଲା ? କଟକରେ କୃଷ୍ଣଙ୍କୁ ରଖାଇବାରେ ସହଯୋଗ କରିଥିଲ କି ? କୃଷ୍ଣ କଟକରୁ କୋଲକତା ଓ କୋଲକତାରୁ ଡେରାଡୁନ ଯିବାକୁ କିଛି ସହଯୋଗ କରିଥିଲେ କି ? କୃଷ୍ଣ ଡେରାଡୁନରେ ପହଁଞ୍ଚିବା ପରେ ଷ୍ଟେଟ୍ ଗେଷ୍ଟହାଉସର ୨୦୪ ନମ୍ବର ରୁମ ବୁକ୍ କିଏ କରିଥିଲା ? ଚନ୍ଦୁ ନାମକ ଲୋକଙ୍କୁ ଜାଣିଛନ୍ତି କି ନାହିଁ ? ତେବେ ଏସବୁ ପ୍ରଶ୍ନର ଉତ୍ତର ଗୋଲକ ଯାହା ବି ଦେଇଥିଲେ ସେଥିରେ ସନ୍ତୁଷ୍ଟ ହୋଇନି ପୋଲିସ।

ଏପଟେ ମାମଲାକୁ ନେଇ ରାଜନୀତି କମୁନି। ଗତକାଲି ଗୋଲକଙ୍କ ଗିରଫ ଦାବି କରି ଗଂଜାମ ବିଜେଡି ରାସ୍ତାକୁ ଓହ୍ଲାଇଥିବା ବେଳେ ଆଜି ଦଳ କହିଛି ହତ୍ୟାକାଣ୍ଡରେ ବିଜେପିର ମୁଖା ଖୋଲିଯାଇଛି। ଥାନା ଆଗରେ ଶୋଭାଯାତ୍ରା ଓ ଶକ୍ତି ପ୍ରଦର୍ଶନ କରି ବିଜେପି ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ବୋଲି ବି ଦଳ ଅଭିଯୋଗ କରିଛି।

ଅନ୍ୟପକ୍ଷରେ ବିଜେପି ପାଲଟା ଅଭିଯୋଗ କରିଛି, ଲକ୍ଷ୍ମୀଦତ୍ତଙ୍କ ମାଆ କହିଥିବା ଅଭିଯୁକ୍ତଙ୍କୁ  ବିଜେଡି ସୁରକ୍ଷା ଦେଉଛି। ଏପରିକି ଲକ୍ଷ୍ମୀଦତ୍ତଙ୍କ ମାଆ କହିଥିବା ଚକ୍ରପାଣି ରେଡ୍ଡି ଗତକାଲି ବିଜେଡିର ବିକ୍ଷୋଭ ବେଳେ ଉପସ୍ଥିତ ଥିଲେ ବୋଲି ବିଜେପି ଅଭିଯୋଗ କରିଛି। ଏମାନଙ୍କୁ କାହିଁକି  ପୋଲିସ ପଚରାଉଚାରା କରୁନି ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି।

Related story