ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଧରାପଡ଼ିଲେ

ବାଲେଶ୍ୱର(ରଞ୍ଜିତ ପାକଳ): ଡକାୟତି ଯୋଜନା କରୁଥିବା ବେଳେ ୪ ଜଣ ଡକାୟତ ଧରାପଡ଼ିଛନ୍ତି। ଅନ୍ଧାରର ସୁଯୋଗ ନେଇ ଅନ୍ୟ ୩ ଜଣ ଡକାୟତ ଖସିଯାଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରୁ ବହୁ ମାରଣାସ୍ତ୍ରୀ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ଗତକାଲି ରାତିରେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ବାଲିଘାଟ ଶିବମନ୍ଦିର ପଛରେ ୭ ଜଣ ଡକାୟତ ବସି ଡକାୟତି ପାଇଁ ଯୋଜନା କରୁଥିଲେ। ମଦ ପିଇ ତାଙ୍କ ଯୋଜନାକୁ ସଫଳ କରିବା […]

POLICE-NAB-FOUR-DACOITS-IN-BALESWAR

POLICE-NAB-FOUR-DACOITS-IN-BALESWAR

Manoranjan Sial
  • Published: Monday, 15 April 2019
  • Updated: 15 April 2019, 07:56 PM IST

Sports

Latest News

ବାଲେଶ୍ୱର(ରଞ୍ଜିତ ପାକଳ): ଡକାୟତି ଯୋଜନା କରୁଥିବା ବେଳେ ୪ ଜଣ ଡକାୟତ ଧରାପଡ଼ିଛନ୍ତି। ଅନ୍ଧାରର ସୁଯୋଗ ନେଇ ଅନ୍ୟ ୩ ଜଣ ଡକାୟତ ଖସିଯାଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରୁ ବହୁ ମାରଣାସ୍ତ୍ରୀ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଗତକାଲି ରାତିରେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ବାଲିଘାଟ ଶିବମନ୍ଦିର ପଛରେ ୭ ଜଣ ଡକାୟତ ବସି ଡକାୟତି ପାଇଁ ଯୋଜନା କରୁଥିଲେ। ମଦ ପିଇ ତାଙ୍କ ଯୋଜନାକୁ ସଫଳ କରିବା ପାଇଁ ଚାଲିଥିଲା ଆଲୋଚନା। ଏ ସମ୍ପର୍କରେ ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୁଲିସ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୫ଟି ବାଇକ, ୨ ବନ୍ଧୁକ, ୩ଟି ଅଫୁଟା ଗୁଳି, ଭୁଜାଲି, ନଗଦ ୩୫୦୦ ଟଙ୍କା ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ପରଂଜୟ ଦାସ, ସୁରେଶ ଜେନା, ଯତି ରଞ୍ଜନ ପୁହାଣ ଓ ମନୋଜ କୁମାର ଦାସ। ତେବେ ଅନ୍ଧାରର ସୁଯୋଗ ନେଇ ୩ ଜଣ ଚମ୍ପଟ ମାରିଥିଲେ। ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥଳରେ ଚଢ଼ଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos