ରାଜଧାନୀରୁ ଧରାପଡ଼ିଲେ ଦୁଇ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ ହକି ବିଶ୍ୱକପ୍‌। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ସମ୍ୱେଦନଶୀଳ ଅଞ୍ଚଳରେ ଘନ ଘନ ଚଢ଼ଉ କରାଯାଉଛି। ଆଜି ସ୍ପେଶାଲ ସ୍କ୍ୱାଡ ଭୁବନେଶ୍ୱର ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଚଢ଼ଉ କରି ୨ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅଜିତ କୁମାର ମହାପାତ୍ର ଓରଫ୍ ବାପି ଓ ସୁଜିତ କୁମାର ଦାସ। ତାଙ୍କ ନିକଟରୁ ଗୋଟିଏ ମାଉଜର ଓ […]

gun

Jyoshna Pradhan
  • Published: Sunday, 25 November 2018
  • , Updated: 25 November 2018, 08:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ ହକି ବିଶ୍ୱକପ୍‌। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ସମ୍ୱେଦନଶୀଳ ଅଞ୍ଚଳରେ ଘନ ଘନ ଚଢ଼ଉ କରାଯାଉଛି। ଆଜି ସ୍ପେଶାଲ ସ୍କ୍ୱାଡ ଭୁବନେଶ୍ୱର ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଚଢ଼ଉ କରି ୨ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଅଜିତ କୁମାର ମହାପାତ୍ର ଓରଫ୍ ବାପି ଓ ସୁଜିତ କୁମାର ଦାସ। ତାଙ୍କ ନିକଟରୁ ଗୋଟିଏ ମାଉଜର ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି। ବିହାରର ମୁଙ୍ଗେରରୁ ଚୋରାରେ ବନ୍ଧୁକ ଆଣି ଏମାନେ ବିକ୍ରି କରୁଥିଲେ। ତେବେ କେବେଠାରୁ କେତେଥର ଏମାନେ ଚୋରା ବନ୍ଧୁକ ଦେଇଛନ୍ତି ଓ ଅପରାଧୀ ଗ୍ୟାଙ୍ଗ କିମ୍ବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଯୋଗାଇଛନ୍ତି, ତାହାର ଖୋଳତାଡ଼ ଆରମ୍ଭ କରିଛି ସ୍ପେଶାଲ ସ୍କ୍ୱାଡ।

Related story