ଲାଞ୍ଚ ନେଉଥିଲେ ପୁଲିସ୍‌ ବାବୁ, ଧରିଦେଲା ଭିଜିଲାନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପୁଲିସ୍‌ ବାବୁ । ୧୫ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଧଉଳି ଥାନା ASI ତୋଫାନ୍ ଗୁରୁ । ଏକ ମାମଲାକୁ ରଫାଦଫା ପାଇଁ ସେ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ଘର ସାମ୍ନାରେ ବାଲି ପକାଇବାକୁ କେନ୍ଦ୍ର କରି ଥାନାରେ ଏକ ମାମଲା ହୋଇଥିଲା। ଏହି ମାମଲାକୁ ରଫାଦଫା କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ସେ ଲାଞ୍ଚ ନେଉଥିଲେ । […]

police-2

Niharika Rout
  • Published: Thursday, 19 November 2020
  • , Updated: 19 November 2020, 07:48 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପୁଲିସ୍‌ ବାବୁ । ୧୫ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଧଉଳି ଥାନା ASI ତୋଫାନ୍ ଗୁରୁ । ଏକ ମାମଲାକୁ ରଫାଦଫା ପାଇଁ ସେ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି ।

ଘର ସାମ୍ନାରେ ବାଲି ପକାଇବାକୁ କେନ୍ଦ୍ର କରି ଥାନାରେ ଏକ ମାମଲା ହୋଇଥିଲା। ଏହି ମାମଲାକୁ ରଫାଦଫା କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ସେ ଲାଞ୍ଚ ନେଉଥିଲେ । ଏହି ସମୟରେ ତାଙ୍କଠାରୁ ଟଙ୍କା ଜବତ କରିଥିଲା ଭିଜିଲାନ୍ସ  ।

Related story