ମିଛ ମାମଲା ମହଙ୍ଗା ପଡ଼ିଲା; ଥାନା ଅଧିକାରୀ ଗଣିବେ ୫ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ୍‌କୁ ମହଙ୍ଗା ପଡ଼ିଲା ମିଛ ମାମଲା। ଜୀବିତ ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ  ଜେଲ୍ ପଠାଇଥିଲେ ଥାନା ଅଧିକାରୀ । ଏବେ ଗଣିବେ ୫ ଲକ୍ଷ ଟଙ୍କା । ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ବରଗଡ଼ ପାଇକମାଳରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର କାରଣ ପାଲଟିଛି। ସୂଚନାଯୋଗ୍ୟ, ୨୦୧୬ ମସିହାରେ ପାଇକମାଳ ଥାନା ଅଞ୍ଚଳରେ ଜଣେ ନାବାଳକ ନିଖୋଜ ଥିଲେ । ତାଙ୍କୁ ହତ୍ୟା କରାଯାଇଥିବା […]

police

Niharika Rout
  • Published: Thursday, 12 November 2020
  • , Updated: 12 November 2020, 01:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ୍‌କୁ ମହଙ୍ଗା ପଡ଼ିଲା ମିଛ ମାମଲା। ଜୀବିତ ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ  ଜେଲ୍ ପଠାଇଥିଲେ ଥାନା ଅଧିକାରୀ । ଏବେ ଗଣିବେ ୫ ଲକ୍ଷ ଟଙ୍କା । ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ବରଗଡ଼ ପାଇକମାଳରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର କାରଣ ପାଲଟିଛି।

ସୂଚନାଯୋଗ୍ୟ, ୨୦୧୬ ମସିହାରେ ପାଇକମାଳ ଥାନା ଅଞ୍ଚଳରେ ଜଣେ ନାବାଳକ ନିଖୋଜ ଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଗିରଫ ଜେଲ୍ ପଠାଇଥିଲା ପୁଲିସ୍‌। ହେଲେ ୨୦୧୮ରେ ସଂପୃକ୍ତ ନାବାଳକ ଜୀବିତ ଅବସ୍ଥାରେ ଘରକୁ ଫେରି ଆସିଥିଲେ ।

ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ OHRCଙ୍କ ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ୨ ଜଣ ବ୍ୟକ୍ତି । ମାମଲାର ବିଚାର କରି ସେମାନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ । ପ୍ରତ୍ୟେକଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବେ ଏହି ମାମଲାର ତଦନ୍ତ କରିଥିବା ଥାନା ଅଧିକାରୀ । କ୍ଷତିପୂରଣ ଆଦାୟ ନେଇ ରାଜ୍ୟ ଗୃହ ବିଭାଗକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୨ ମାସ ମଧ୍ୟରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କମିଶନଙ୍କ ଆଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ବିଶ୍ୱପ୍ରିୟ କାନୁନଗୋଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Related story