ବାହାଘର ପରେ ବରକୁ ମନ୍ଦିରରୁ ଉଠାଇନେଲା ପୁଲିସ୍

କଟକ (ଓଡ଼ିଶା ରିପୋର୍ଟର): ବାହାଘର ବେଦିରେ ସମ୍ପନ୍ନ ହୋଇଯାଇଥିଲା ବାହାଘର। ବାହାଘର ସରିଯାଇଥିଲେ ବି ନବବଧୂକୁ ଆଉ ଘରକୁ ନେଇ ପାରିଲା ନି ବର। ଏହା ବଦଳରେ ପୁଲିସ ହାଜତକୁ ଚାଲିଗଲେ ବର। ତେବେ କାହିଁକି ମନ୍ଦିରରୁ ହଠାତ୍ ବରକୁ ଉଠାଇନେଲା ପୁଲିସ୍। ସ୍ୱାମୀ ଦ୍ୱିତୀୟ ବିବାହ କରୁଥିବା ଖବର ପାଇ ପ୍ରଥମ ସ୍ତ୍ରୀ ପୁଲିସକୁ ନେଇ ପହଞ୍ଚି ଯାଇଥିଲେ ବାହାଘର ହେଉଥିବା ମନ୍ଦିରକୁ। ପୁଲିସ୍ ପଚରାଉଚରା କରିବା ପରେ ବର ମାନି ଯାଇଥିଲେ ସବୁ ସତ […]

ctc

ctc

Ranjit Kumar Jena
  • Published: Friday, 11 December 2020
  • Updated: 11 December 2020, 06:14 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବାହାଘର ବେଦିରେ ସମ୍ପନ୍ନ ହୋଇଯାଇଥିଲା ବାହାଘର। ବାହାଘର ସରିଯାଇଥିଲେ ବି ନବବଧୂକୁ ଆଉ ଘରକୁ ନେଇ ପାରିଲା ନି ବର। ଏହା ବଦଳରେ ପୁଲିସ ହାଜତକୁ ଚାଲିଗଲେ ବର। ତେବେ କାହିଁକି ମନ୍ଦିରରୁ ହଠାତ୍ ବରକୁ ଉଠାଇନେଲା ପୁଲିସ୍। ସ୍ୱାମୀ ଦ୍ୱିତୀୟ ବିବାହ କରୁଥିବା ଖବର ପାଇ ପ୍ରଥମ ସ୍ତ୍ରୀ ପୁଲିସକୁ ନେଇ ପହଞ୍ଚି ଯାଇଥିଲେ ବାହାଘର ହେଉଥିବା ମନ୍ଦିରକୁ। ପୁଲିସ୍ ପଚରାଉଚରା କରିବା ପରେ ବର ମାନି ଯାଇଥିଲେ ସବୁ ସତ କଥା। ଯାହା ପରେ ମନ୍ଦିରରୁ ହିଁ ବରକୁ ଉଠାଇନେଇଛି ପୁଲିସ୍।

ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ମଧୁପାଟଣା ଥାନା ଅନ୍ତର୍ଗତ ସାର୍ତ୍ତୋଳ ଚଣ୍ଡୀ ମନ୍ଦିରରେ, ଯେଉଁଠାରେ ପ୍ରକାଶ ସାମଲ୍ ନାମକ ବ୍ୟକ୍ତି ବିବାହ କରୁଥିଲେ। ହଠାତ୍ ଜଣେ ମହିଳା ପୁଲିସକୁ ନେଇ ମନ୍ଦିରରେ ପହଞ୍ଚିଯାଇଥିଲେ। ସେହି ମହିଳା ଜଣକ ହେଉଛନ୍ତି ପ୍ରକାଶଙ୍କ ପ୍ରଥମ ସ୍ତ୍ରୀ, ଯାହାଙ୍କ ନାଁ ଜୟନ୍ତୀ। ଜୟନ୍ତୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରକାଶ ତାଙ୍କୁ ନଜଣାଇ ୨ୟ ବିବାହ କରିଛନ୍ତି। ପ୍ରକାଶ ମଧ୍ୟ ଏକଥା ସ୍ୱୀକାର କରିଥିଲେ। ଯାହା ପରେ ପ୍ରକାଶଙ୍କୁ ଉଠାଇ ନେଇଥିଲା ପୁଲିସ।

ସୂଚନା ଅନୁଯାୟୀ, କଟକ ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ଚକରପୁର ଗ୍ରାମର କୁଳମଣି ସାମଲଙ୍କ ପୁଅ ପ୍ରକାଶ ୨୦୦୭ରେ ବୈଦିକ ରୀତିନୀତିରେ ସେହି ଗ୍ରାମର ଜୟନ୍ତୀ ସାମଲଙ୍କୁ ପ୍ରେମବିବାହ କରିଥିଲେ। ବିବାହର ୧୨ ବର୍ଷ ପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ହେଉଥିଲା। ବାରମ୍ବାର ସମାଧାନର ବାଟ କାଢ଼ିବାକୁ ଚାହୁଥିଲେ ବି ତାହା ସମ୍ଭବ ହୋଇପାରୁ ନଥିଲା। ଶେଷରେ ତାଙ୍କୁ କଟକ ସଦର ଥାନା ଉଷୁମା ଠାରେ ଘରଭଡା ନେଇ ରଖିଥିଲେ। ସେଠାରେ ମଧ୍ୟ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ।

କିଛି ଟଙ୍କା ଧାର ଆକାରରେ ନେଇ ଏକ ହୋଟେଲ୍ କରିଥିଲେ ପ୍ରକାଶ। ହେଲେ ଅନ୍ୟ ଝିଅ ସହ ତାଙ୍କର ସମ୍ପର୍କ ରଖିଥିବା ମଧ୍ୟ ଅଭିଯୋଗ କରିଛନ୍ତି ପ୍ରକାଶଙ୍କ ସ୍ତ୍ରୀ। ତେବେ ଘଟଣା ସ୍ଥଳରେ ପୁଲିସ୍ ଆଗରେ ନିଜ ସ୍ୱାମୀର କାରନାମା ବିଷୟରେ ସବୁ ବଖାଣିଥିଲେ ପ୍ରଥମ ପତ୍ନୀ ଜୟନ୍ତୀ ସାମଲ। ବାହାଘର ସମ୍ପୂର୍ଣ୍ଣ ରୂପେ ଲୁଚାଛପାରେ ହେଉ ଥିବାର ଖବର କୌଣସି ସୂତ୍ରରୁ ପାଇ କିଛି ସ୍ଵେଚ୍ଛାସେବୀଙ୍କ ସହଯୋଗରେ ମନ୍ଦିରରେ ପହଞ୍ଚିଥିଲେ ପ୍ରଥମ ପତ୍ନୀ ଜୟନ୍ତୀ। ତେବେ ପୁଲିସ୍ ପହଞ୍ଚିବା ଦେଖି କିଛି ସମ୍ପର୍କୀୟ ଫେରାର ହୋଇ ଯାଇଥିବା ଜଣାପଡିଛି। ବର୍ତ୍ତମାନ ବରକୁ ପୁଲିସ୍ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos