ବ୍ରାଣ୍ଡ ଅସଲି, ମାଲ୍ ନକଲି

କଟକ( ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଖାନନଗର ନୂଆସାହିରେ ଏକ ତେଲ ଗୋଦାମରେ ଚଢ଼ାଉ କରାଯାଇଛି। ତେଲ ଅପମିଶ୍ରଣ ହେଉଥିବା ଖବର ପାଇ ପୋଲିସ୍‌ ଏହି ଚଢ଼ାଉ କରିଛି। ଚଢାଉ ବେଳେ ୩୦୦ରୁ ଅଧିକ ଅପମିଶ୍ରିତ ତେଲ ଟିଣ ଜବତ ହୋଇଛି। ଏଥିସହ ବିଭିନ୍ନ ବ୍ରାଣ୍ଡ ଜରି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ୍।