ଧଳସାମନ୍ତଙ୍କ ଘରେ ଚଢ଼ାଉ, ୫ ଶହ ରାଉଣ୍ଡ ଗୁଳି ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁଖ୍ୟାତ ଅପରାଧୀ ଧଳସାମନ୍ତଙ୍କ ସିଡିଏ ସ୍ଥିତ ବାସଭବନ ଉପରେ ଚଢ଼ାଉ କରାଯାଇଛି।  ଏଥିରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ଡି. ବ୍ରଦର୍ସଙ୍କ ଘରୁ ୫ ଶହ ରାଉଣ୍ଡ ଗୁଳି ଜବତ ହୋଇଛି। ଏନେଇ ଡିସିପି ସୂଚନା ଦେଇଛନ୍ତି । ଗୋଟିଏ ସିଲ୍ ବାକ୍ସ ଭିତରୁ ୫ ଶହ ରାଉଣ୍ଡ ଗୁଳି ଜବତ ହୋଇଛି। ୭ଟି ବନ୍ଧୁକ  ଓ ଏକାଧିକ ମୋବାଇଲ ମଧ୍ୟ ଜବତ କରାଯାଇଛି। ଜଣେ ଗିରଫ ବ୍ୟକ୍ତିଙ୍କ ସୂଚନା ଆଧାରରେ ଚଢ଼ାଉ ବେଳେ ଜବତ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।