ଭଲ ମଣିଷକୁ ଡାହାଣୀ କହି ୧୦ ଦିନ ବନ୍ଦୀ, ମାରିବା ପାଇଁ ହୋଇଥିଲା ଯୋଜନା!

ନୀଳଗିରି(ବିଶ୍ୱମ୍ଭର ଦାସ): ନାଁ ତାଙ୍କର ତୁଳସୀ। ହେଲେ ଲୋକେ କହୁଛନ୍ତି ସେ କୁଆଡ଼େ ଡାହାଣୀ। ବର୍ଷକର ଛୁଆର ମୃତ୍ୟୁ ପରେ ଗାଁ ଲୋକେ ତାଙ୍କୁ ଏହି ଆଖ୍ୟା ଦେଇଛନ୍ତି। ଆଉ ଛୁଆର ଦଶାହରେ ମାରିଦେବାକୁ ତାଙ୍କୁ ଘରେ ପୂରାଇ ବନ୍ଦୀ କରି ରଖିଥିଲେ ଗାଁ ଲୋକେ। ସୌଭାଗ୍ୟକୁ ବଞ୍ଚିଗଲା ତାଙ୍କ ଜୀବନ। ୧୦ ଦିନର ବନ୍ଦୀ ଜୀବନରୁ ମୁକୁଳି ଘରଦ୍ୱାର ଛାଡ଼ି ଜିଲ୍ଲା ବାହାରେ ଜୀବନ କାଟୁଛନ୍ତି ତୁଳସୀ ନାୟକ। ତୁଳସୀଙ୍କ ଘର ବାଲେଶ୍ୱର-ମୟୂରଭଞ୍ଜ ସୀମାନ୍ତ କୂଳଡିହା […]

Tulashi-Naik

Tulashi-Naik

Manoranjan Sial
  • Published: Monday, 23 August 2021
  • Updated: 23 August 2021, 08:42 PM IST

Sports

Latest News

ନୀଳଗିରି(ବିଶ୍ୱମ୍ଭର ଦାସ): ନାଁ ତାଙ୍କର ତୁଳସୀ। ହେଲେ ଲୋକେ କହୁଛନ୍ତି ସେ କୁଆଡ଼େ ଡାହାଣୀ। ବର୍ଷକର ଛୁଆର ମୃତ୍ୟୁ ପରେ ଗାଁ ଲୋକେ ତାଙ୍କୁ ଏହି ଆଖ୍ୟା ଦେଇଛନ୍ତି। ଆଉ ଛୁଆର ଦଶାହରେ ମାରିଦେବାକୁ ତାଙ୍କୁ ଘରେ ପୂରାଇ ବନ୍ଦୀ କରି ରଖିଥିଲେ ଗାଁ ଲୋକେ। ସୌଭାଗ୍ୟକୁ ବଞ୍ଚିଗଲା ତାଙ୍କ ଜୀବନ। ୧୦ ଦିନର ବନ୍ଦୀ ଜୀବନରୁ ମୁକୁଳି ଘରଦ୍ୱାର ଛାଡ଼ି ଜିଲ୍ଲା ବାହାରେ ଜୀବନ କାଟୁଛନ୍ତି ତୁଳସୀ ନାୟକ।

ତୁଳସୀଙ୍କ ଘର ବାଲେଶ୍ୱର-ମୟୂରଭଞ୍ଜ ସୀମାନ୍ତ କୂଳଡିହା ଅଭୟାରଣ୍ୟ ଭିତରେ ଥିବା ଚେମଚଟା ଗାଁରେ। ଜଙ୍ଗଲୀ ରାସ୍ତାରେ ୧୫ କିମି ଅତିକ୍ରମ କଲେ ପଡ଼ିଥାଏ ଏହି ଗାଁ। ଏଠାରେ ବାସ କରନ୍ତି ଲୋଧା ସମ୍ପ୍ରଦାୟର ଲୋକ।

ସପ୍ତାହ ତଳେ ଉକ୍ତ ଗାଁର କାନ୍ଦ୍ରା ଭକ୍ତାର ବର୍ଷକର ଝିଅ ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ଝିଅକୁ ପ୍ରାଇଭେଟ୍‌ ଡାକ୍ତରଙ୍କୁ ଦେଖାଇଥିଲେ। ହେଲେ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟିନଥିଲା। ଧୀରେ ଧୀରେ ଝିଅର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା। ଶେଷରେ ପରିବାର ଲୋକେ ଝିଅକୁ ଗୁଣିଆକୁ ଦେଖାଇଥିଲେ। ହେଲେ ଗୁଣିଆ ଦେଖିଲା ବେଳକୁ ଝିଅଟିର ମୃତ୍ୟୁ ହୋଇସାରିଥିଲା। ଡାହାଣୀ ଝିଅକୁ ଖାଇ ଦେଇଛି ବୋଲି ଗୁଣିଆ କହିଥିବା କାନ୍ଦ୍ରା ଭକ୍ତା ପ୍ରକାଶ କରିଛି।

ଝିଅର ମୃତ୍ୟୁ ପରେ ଗାଁରେ ଏକ ବୈଠକ ବସିଥିଲା। ତୁଳସୀ ଡାହାଣୀ ହୋଇ ଝିଅକୁ ମାରିଦେଇଥିବା ଅଭିଯୋଗ ହୋଇଥିଲା। ତେଣୁ ଝିଅର ଦଶାହ ଦିନ ତୁଳସୀଙ୍କୁ ମାରିଦେବାକୁ ନିଷ୍ପତ୍ତି ହୋଇଥିଲା। ସେଥିପାଇଁ ତୁଳସୀଙ୍କୁ ଘର ଭିତରେ ବନ୍ଦୀ କରି ରଖାଯାଇଥିଲା। ପ୍ରାୟ ସପ୍ତାହେ ଧରି ବନ୍ଦି କରି ରଖାଯାଇଥିଲା।

ତୁଳସୀଙ୍କୁ ବନ୍ଦୀ କରି ରଖାଯାଇଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ ନୀଳଗିରି ଏସ୍‌ଡିପିଓ ରିତେଶ ମହାପାତ୍ର। ଏହା ପରେ ତାଙ୍କ ନିର୍ଦ୍ଦେଶରେ ବରହମପୁର ଥାନାରୁ ଏକ ଟିମ ଉକ୍ତ ଗାଁକୁ ଯାଇଥିଲା। ତାଙ୍କୁ ଘର ଭିତରୁ ଉଦ୍ଧାର କରି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନାରେ ହାଜର କରାଇଥିଲେ। ପରେ ତାଙ୍କୁ ଉଦଳାରେ ଏକ ଆଶ୍ରୟ ସ୍ଥଳରେ ରଖାଯାଇଛି।

ଝିଅର ବାପା କହିଛି- “ଛୁଆକୁ ପ୍ରାଇଭେଟ୍ ଡାକ୍ତରଙ୍କୁ ଦେଖାଇଥିଲୁ। ହେଲେ ଭଲ ହେବା ପରିବର୍ତ୍ତେ ଜୋର ହେଲା। ତା’ପରେ ତାକୁ ଗୁଣିଆକୁ ଦେଖାଇଥିଲୁ। ଗୁଣିଆ ଦେଖିଲା ବେଳକୁ ମରିଗଲା। ଗୁଣିଆ କହିଲା, ଛୁଆକୁ ଡାହାଣୀ ଖାଇଦେଇଛି।”

ସୂଚନାରୁ ପ୍ରକାଶ, ବିଜ୍ଞାନ ଯୁଗରେ ମଙ୍ଗଳ ଗ୍ରହରେ ଲୋକ ପହଞ୍ଚିବାକୁ ଚେଷ୍ଟା କଲାଣି। ହେଲେ ମଣିଷର ମାନସିକତା ପରିବର୍ତ୍ତନ ହୋଇନାହିଁ। ଏବେବି କୁସଂସ୍କାର ଓ ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ବନ୍ଧା ପଡ଼ିଛି। ଯେଉଁଥିପାଇଁ କେତେବେଳେ କାହାକୁ ମାରିଦିଆଯାଉଛି ତ ଆଉ କେତେବେଳେ ବନ୍ଦୀ ରଖି ମାରିଦେବାକୁ ଯୋଜନା କରାଯାଉଛି। ପ୍ରତିଦିନ ଏପରି ଖବର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story