୫ ଲକ୍ଷର ବ୍ରାଉନ ସୁଗର ଜବତ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣାରୁ ୩୮.୬୪ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ  ଅଧିକ ହେବ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଫୈୟଜ ମହମ୍ମଦ ଓ ଆଶିକ ଖାଁ। ସେମାନଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ରଥିପୁର ଗାଁରେ। ଗତକାଲି ଫୈୟଜ ଓ ଆଶିକ ବାଲେଶ୍ୱରରୁ ବ୍ରାଉନ ସୁଗର ନେଇ ଭଦ୍ରକ ଯାଉଥିବା ସଂକ୍ରାନ୍ତରେ […]

000

Tapaswini Nayak
  • Published: Tuesday, 08 October 2019
  • , Updated: 08 October 2019, 09:24 AM IST

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣାରୁ ୩୮.୬୪ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ  ଅଧିକ ହେବ।

ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଫୈୟଜ ମହମ୍ମଦ ଓ ଆଶିକ ଖାଁ। ସେମାନଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ରଥିପୁର ଗାଁରେ।

ଗତକାଲି ଫୈୟଜ ଓ ଆଶିକ ବାଲେଶ୍ୱରରୁ ବ୍ରାଉନ ସୁଗର ନେଇ ଭଦ୍ରକ ଯାଉଥିବା ସଂକ୍ରାନ୍ତରେ ସିମୁଳିଆ ଥାନା ଆଇଆଇସି ସଞ୍ଜୟ ପରିଡା କୌଣସି ସୂତ୍ରରୁ ଖବର ପାଇଥିଲେ।  ତତ୍‌କ୍ଷଣାତ ୧୬ ନମ୍ବର ଜାତୀୟ ରାଜପଥ ମାର୍କୋଣାଠାରେ ପୂର୍ବରୁ ପୁଲିସ୍‌  ଜଗି ଯାଇଥିଲା। ଫୈୟଜ ଓ ଆଶିକ ବ୍ରାଉନସୁଗର ନେଇ ବାଇକ୍‌ରେ ଯିବା ବେଳେ ପୁଲିସ୍ ସେମାନଙ୍କୁ କାବୁ କରି ନେଇଥିଲା। ଏହାପରେ ସେମାନଙ୍କ ନିକଟରୁ ବ୍ରାଉନ ସୁଗର ଜବତ କରିଥିଲା।

Related story