ସ୍କୁଟିରେ ନେଉଥିଲେ, ଧରା ପଡ଼ିଗଲେ

ଆଳି(ବନମାଳି ସାହୁ): କେନ୍ଦ୍ରାପଡା ଜିଲ୍ଲା ପତ୍ରପୁର ବ୍ରିଜ  ନିକଟରୁ ସ୍କୁଟିରେ ଯାଉଥିବା ଜଣେ ଯୁବକଙ୍କ ନିକଟରୁ ୨ ଲକ୍ଷ ଟଙ୍କାର ବ୍ରାନସୁଗର ଜବତ କରିଛି ପୁଲିସ୍‌। ବ୍ରାଉନସୁଗର ଧରି ସ୍କୁଟିରେ ଯୁବକଜଣକ ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ୍‌ ଜଗି ରହିଥିଲା। ଗତକାଲି ରାତିରେ ପତ୍ରପୁର ବ୍ରିଜ ନିକଟରେ ଯୁବକଙ୍କ ନିକଟରୁ ୭ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ତାଙ୍କୁ ଗିରଫ କରିଛି ଆଳି ପୁଲିସ୍‌।   ଏଥିସହ ସମ୍ପୃକ୍ତ […]

arrest

Niharika Rout
  • Published: Thursday, 01 October 2020
  • , Updated: 01 October 2020, 11:37 AM IST

ଆଳି(ବନମାଳି ସାହୁ): କେନ୍ଦ୍ରାପଡା ଜିଲ୍ଲା ପତ୍ରପୁର ବ୍ରିଜ  ନିକଟରୁ ସ୍କୁଟିରେ ଯାଉଥିବା ଜଣେ ଯୁବକଙ୍କ ନିକଟରୁ ୨ ଲକ୍ଷ ଟଙ୍କାର ବ୍ରାନସୁଗର ଜବତ କରିଛି ପୁଲିସ୍‌। ବ୍ରାଉନସୁଗର ଧରି ସ୍କୁଟିରେ ଯୁବକଜଣକ ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ୍‌ ଜଗି ରହିଥିଲା।

ଗତକାଲି ରାତିରେ ପତ୍ରପୁର ବ୍ରିଜ ନିକଟରେ ଯୁବକଙ୍କ ନିକଟରୁ ୭ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ତାଙ୍କୁ ଗିରଫ କରିଛି ଆଳି ପୁଲିସ୍‌।   ଏଥିସହ ସମ୍ପୃକ୍ତ ଯୁବକଙ୍କ ସ୍କୁଟି ମଧ୍ୟ ଜବତ କରିଛି । ଗିରଫ ବ୍ରାଉନସୁଗର ବେପାରୀଙ୍କ ନାଁ ହେଉଛି ରମାକାନ୍ତ ଦାସ । ତାଙ୍କ ଘର ପଟ୍ଟାମୁଣ୍ଡାଇ ଥାନା ଦକ୍ଷିଣ ଦିଆ ଗାଁରେ। ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ପୁଲିସ୍‌ ତଦନ୍ତ ଜାରି ରଖିଛି । ପୂର୍ବରୁ ମଧ୍ୟ ଖୋର୍ଦ୍ଧା, ବାଲେଶ୍ୱର ଆଦି ସ୍ଥାନରୁ ବ୍ରାଉନସୁଗର ଜବତ ହୋଇଥିଲା।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଏତେ ଟଙ୍କାର ବ୍ରାଉନସୁଗର ଜବତ ଘଟଣା ପ୍ରଥମ ହୋଇଥିବା ବେଳେ ଏହା ପଛର ରାକେଟକୁ ଧରିବାକୁ ଖୋଳତାଡ଼ ଜାରି ରଖିଛି ପୁଲିସ୍‌।

 

.....

() ୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ସ୍କୁଟିରେ ବ୍ରାଉନସୁଗାର ଧରି ଅାଳି ଅାସୁଥିବା ବେଳେ ଜଣେ ଯୁବକଙ୍କୁ ଧରିଲା ପୋଲିସ ଗତକାଲି ରାତିରେ ପତ୍ରପୁର ସେତୁ ନିକଟରେ ଯୁବକଙ୍କ ନିକଟରୁ ୭ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ତାଙ୍କୁ ଗିରଫ କରିଛି । ଅଳି ପୋଲିସ ଏଥିସହ ସମ୍ପୃକ୍ତ ସ୍କୁଟି ମଧ୍ୟ ଜବତ କରିଛି । ଗିରଫ ବ୍ରାଉନ ସୁଗାର ବେପାରୀଙ୍କ ନାଁ ହେଉଛି ରମାକାନ୍ତ ଦାସ ।ତାଙ୍କ ଘର ପଟ୍ଟାମୁଣ୍ଡାଇ ଥାନା ଦକ୍ଷିଣ ଦିଆ ଗାଁରେ।  ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ପୂର୍ବରୁ ମଧ୍ୟ ଖୋର୍ଦ୍ଧା, ବାଲେଶ୍ୱର ଆଦି ସ୍ଥାନରୁ ବ୍ରାଉନସୁଗାର ଜବତ ହୋଇଥିଲା।

Related story