ବେଆଇନ୍‌ ବିସ୍ଫୋରକ ଜବତ; କାରଣ ଖୋଜୁଛି ପୋଲିସ

Ordigital Desk
  • Published: Saturday, 14 April 2018
  • , Updated: 14 April 2018, 04:49 PM IST
<p>ଜୟପୁର(ଓଡ଼ିଶା ରିପୋର୍ଟର): ମିଳିଲା ବିପୁର ପରିମାଣର ବିସ୍ଫୋରକ ସାମଗ୍ରୀ। ଏଗୁଡ଼ିକ କେଉଁ କାରଣରୁ ଗଚ୍ଛିତ ରଖାଯାଇଥିଲା, ତାହାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ମାଷ୍ଟରମାଇଣ୍ଡଙ୍କ ପାଖରେ ପହଞ୍ଚିବା ପାଇଁ କୋରାପୁଟ ଏସ୍&zwnj;ପିଙ୍କ ନେତୃତ୍ୱରେ ଗଠିତ ୭ଟି ଟିମ୍&zwnj; ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।</p> <p>&lt;a href=&quot;&quot;&gt;(image) &lt;/a&gt;ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତିଗିରି ଅଞ୍ଚଳରେ ଜଣଙ୍କ ଘରେ ବିସ୍ଫୋରକ ସାମ୍ରଗୀ ଗଚ୍ଛିତ ଥିବା ଗତକାଲି ପୋଲିସକୁ ସୂଚନା ମିଳିଥିଲା। ଏହି ତଥ୍ୟକୁ ଆଧାର କରି ବିଳମ୍ୱିତ ରାତିରେ ପୋଲିସ ଉକ୍ତ ଘରେ ଚଢ଼ାଉ କରି ଜଣକୁ ଗିରଫ କରିବା ସହିତ କିଛି ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। ଗିରଫ ବ୍ୟକ୍ତିଙ୍କ ତଥ୍ୟକୁ ଆଧାର କରି ପୋଲିସ ଜାମୁଡ଼ାରେ ଏକ କ୍ରସରରେ ଚଢ଼ାଉ କରି ବହୁ ପରିମାଣରେ ବିସ୍ଫୋରକ ସାମ୍ରଗୀ ଜବତ କରିଥିଲା। ଜବତ ସାମଗ୍ରୀ ଭିତରେ ୨୬ ପ୍ୟାକେଟ୍&zwnj; ଇଲେକ୍ଟ୍ରୋନିକ ଡିଟୋନେଟର, ୪୨୨ଟି ନନ୍&zwnj; ଇଲେକ୍ଟ୍ରୋନିକ ଡିଟୋନେଟର, ଦୁଇଟି ବ୍ୟାଗ୍&zwnj;ରେ ୭୩ କେଜି ଆମୋନିୟମ ନାଇଟ୍ରେଡ୍&zwnj;, ୩୮ ବଣ୍ଡଲ ସେଫ୍ଟଟି ଫ୍ୟୁଜ୍&zwnj; ଓ କିଛି ତାର ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ମାଓବାଦୀଙ୍କ ସମ୍ପୃକ୍ତି ନେଇ କୌଣସି ତଥ୍ୟ ମିଳିନଥିବା ପୋଲିସ କହିଛି।</p> <p>ତଥାପି ମାଷ୍ଟରମାଇଣ୍ଡ୍&zwnj; ପାଖରେ ପହଞ୍ଚିବା ପାଇଁ କୋରାପୁଟ୍&zwnj; ଏସ୍&zwnj;ପିଙ୍କ ନେତୃତ୍ୱରେ ୭ଟି ଟିମ୍&zwnj; ଆଜି ଦିନ ତମାମ ସେମିଳିଗୁଡ଼ା, ସୁନାବେଡ଼ା, ଦାମନଯୋଡ଼ି, ପଟାଙ୍ଗି ଓ ବୋରିଗୁମ୍ମା ଅଞ୍ଚଳରେ ଥିବା କ୍ରସର ଗୁଡ଼ିକରେ ଚଢ଼ାଉ କରିଥିଲା। ଆଗକୁ ଏପରି ଚଢ଼ାଉ ଜାରି ରହିବ। ଏହି ବିସ୍ଫୋରକ ସାମଗ୍ରୀ ଗୁଡ଼ିକ ଯେଉଁ ଦୋକାନରୁ କିଣାଯାଇଥିଲା ସେଗୁଡ଼ିକୁ ବନ୍ଦ ପାଇଁ ଚେଷ୍ଟା କରାଯିବ ବୋଲି ପୋଲିସ କହିଛି।</p> <p>https://youtu.be/k0rzI1gWRlo</p>

Related story