ଓଡ଼ିଶା ପୁଲିସରେ ଲୋକ ଅଭାବ: କରୋନା ମୁକାବିଲା ପାଇଁ ୨୩୯୪ ଜଣଙ୍କୁ ଠିକା ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସକୁ ଏବେ ମାନବ ସମ୍ବଳ(ଲୋକ) ଅଭାବ ଘାରିଛି। କରୋନା ମୁକାବିଲା ପାଇଁ ଓଡ଼ିଶା ପୁଲିସ୍ ଏବେ ୨୩୯୪ଟି ପଦବୀରେ ଅବସରପ୍ରାପ୍ତ ପୁଲିସ୍ କର୍ମୀମାନଙ୍କୁ ଠିକାରେ ନିଯୁକ୍ତି ଦେଇ କାମ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଓଡ଼ିଶା ପୁଲିସକୁ ରାଜ୍ୟ ଗୃହ ବିଭାଗ ଅନୁମତି ପ୍ରଦାନ କରିଛି। ସୂଚନା ଅନୁସାରେ, ଓଡ଼ିଶା ପୁଲିସରେ ଲୋକ ଅଭାବ ଥିବାରୁ କରୋନା ମହାମାରୀର ମୁକାବିଲାରେ ସମସ୍ୟା ହେଉଥିବା ଦର୍ଶାଇ ରାଜ୍ୟ ପୁଲିସ୍ ମୁଖ୍ୟାଳୟ ଗତ ଏପ୍ରିଲ ୮ […]

odisha-police

odisha-police

Manoranjan Sial
  • Published: Wednesday, 13 May 2020
  • Updated: 13 May 2020, 08:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସକୁ ଏବେ ମାନବ ସମ୍ବଳ(ଲୋକ) ଅଭାବ ଘାରିଛି। କରୋନା ମୁକାବିଲା ପାଇଁ ଓଡ଼ିଶା ପୁଲିସ୍ ଏବେ ୨୩୯୪ଟି ପଦବୀରେ ଅବସରପ୍ରାପ୍ତ ପୁଲିସ୍ କର୍ମୀମାନଙ୍କୁ ଠିକାରେ ନିଯୁକ୍ତି ଦେଇ କାମ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଓଡ଼ିଶା ପୁଲିସକୁ ରାଜ୍ୟ ଗୃହ ବିଭାଗ ଅନୁମତି ପ୍ରଦାନ କରିଛି।

ସୂଚନା ଅନୁସାରେ, ଓଡ଼ିଶା ପୁଲିସରେ ଲୋକ ଅଭାବ ଥିବାରୁ କରୋନା ମହାମାରୀର ମୁକାବିଲାରେ ସମସ୍ୟା ହେଉଥିବା ଦର୍ଶାଇ ରାଜ୍ୟ ପୁଲିସ୍ ମୁଖ୍ୟାଳୟ ଗତ ଏପ୍ରିଲ ୮ ତାରିଖରେ ଗୃହ ବିଭାଗକୁ ଚିଠି ଲେଖି ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ଠିକାରେ ନିଯୁକ୍ତି ଦେବାକୁ ଅନୁମତି ଲୋଡ଼ିଥିଲା। ତେବେ ଏହା ଉପରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଗତ ସୋମବାର ରାଜ୍ୟ ପୁଲିସ୍ ଡିଜିଙ୍କୁ ଚିଠି ଲେଖି ୨୩୯୪ଟି ପଦବୀରେ ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀଙ୍କୁ ଠିକାରେ ନିଯୁକ୍ତି ଦେବା ନିମନ୍ତେ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ରାଜ୍ୟ ପୁଲିସ୍ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀରୁ ଅବସର ନେଇଥିବା ଯବାନ ଓ ଅଧିକାରୀମାନେ କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ପୁଲିସ୍ ଅଫିସର(ଏସପିଓ) ଭାବେ ଦାୟିତ୍ୱ ତୁଲାଇ ପାରିବେ। ତେବେ ଏହି ୨୩୯୪ଜଣ ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀଙ୍କୁ ଓଡ଼ିଶା ପୁଲିସରେ ୩ମାସ ପାଇଁ ଠିକାରେ ନିଯୁକ୍ତି ମିଳିବ। ଅବା ଓଡ଼ିଶା ପୁଲିସରେ ନୂଆ ନିଯୁକ୍ତି ନହେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ କରିବାକୁ ଅନୁମତି ପାଇବେ ବୋଲି ଗୃହ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ୨୦୧୮ ମାର୍ଚ୍ଚ ୧୭ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଏହି ଠିକା ପୁଲିସ୍ କର୍ମଚାରୀଙ୍କୁ ମାସିକ ପାରିଶ୍ରମିକ ମିଳିବ। ଯେହେତୁ ସେମାନେ ଅବସରପ୍ରାପ୍ତ କର୍ମଚାରୀ, ତେଣୁ ସେମାନଙ୍କ ମଧ୍ୟରେ ବିଭିନ୍ନ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନଙ୍କୁ କୌଣସି ଡ୍ୟୁଟିରେ ମୁତୟନ ନକରିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି।

ଯଦି ଏହି ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀମାନଙ୍କର ଆବଶ୍ୟକତା ୩ମାସରୁ ଅଧିକ ଅନୁଭୂତ ହୁଏ ତା’ହେଲେ ରାଜ୍ୟ ପୁଲିସ୍ ମୁଖ୍ୟାଳୟ ସେମାନଙ୍କର ଆବଶ୍ୟକତାର ଯଥାର୍ଥ କାରଣ ଦର୍ଶାଇ ରାଜ୍ୟ ସରକାରଙ୍କ ସାନି ପ୍ରସ୍ତାବ ପଠାଇବ। ଅର୍ଥ ବିଭାଗର ଅନୁମୋଦନ ପରେ ୨୩୯୪ଟି ପଦବୀରେ ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀଙ୍କୁ ଠିକା ନିଯୁକ୍ତି ଦେବାକୁ ଅନୁମତି ଦିଆଯାଇଥିବା ଗୃହ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story