ଲୁହାରଡ଼ରେ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସଡିପିଓଙ୍କ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସଡିପିଓଙ୍କ କାର୍ଯ୍ୟାଳୟ ଘେରାଉ। ଗତ ୧୧ ତାରିଖ ଦିନ ବଲାଙ୍ଗିର ସଦରଥାନା  ଅର୍ନ୍ତଗତ ବାଘଡୁଙ୍ଗୁରୀ ଗାଁରେ ସାହୁ ପରିବାରର ଦୁଇ ଭାଇଙ୍କ ଭିତରେ ଜମିବିବାଦକୁ ନେଇ ଗଣ୍ଡୋଗୋଳ ହୋଇଥିଲା । ଗାଁ ଭିତରେ କେଶବ ସାହୁଙ୍କୁ ତାଙ୍କର ତିନିଜଣ ସଂର୍ପକୀୟ ଭାଇ ଶିବ ସାହୁ, ପବିତ୍ର ସାହୁ ଏବଂ ଦନାର ସାହୁ ଲୁହା ରଡ଼ ଏବଂ କାଠଫାଳିଆରେ ଆକ୍ରମଣ କରିଥିଲେ। ଗୁରୁତର କେଶବଙ୍କୁ ପ୍ରଥମେ ବଲାଙ୍ଗିର ଏବଂ ପରେ ବୁର୍ଲା […]

421

Tapas Behera
  • Published: Monday, 15 July 2019
  • , Updated: 15 July 2019, 04:25 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସଡିପିଓଙ୍କ କାର୍ଯ୍ୟାଳୟ ଘେରାଉ। ଗତ ୧୧ ତାରିଖ ଦିନ ବଲାଙ୍ଗିର ସଦରଥାନା  ଅର୍ନ୍ତଗତ ବାଘଡୁଙ୍ଗୁରୀ ଗାଁରେ ସାହୁ ପରିବାରର ଦୁଇ ଭାଇଙ୍କ ଭିତରେ ଜମିବିବାଦକୁ ନେଇ ଗଣ୍ଡୋଗୋଳ ହୋଇଥିଲା । ଗାଁ ଭିତରେ କେଶବ ସାହୁଙ୍କୁ ତାଙ୍କର ତିନିଜଣ ସଂର୍ପକୀୟ ଭାଇ ଶିବ ସାହୁ, ପବିତ୍ର ସାହୁ ଏବଂ ଦନାର ସାହୁ ଲୁହା ରଡ଼ ଏବଂ କାଠଫାଳିଆରେ ଆକ୍ରମଣ କରିଥିଲେ।

ଗୁରୁତର କେଶବଙ୍କୁ ପ୍ରଥମେ ବଲାଙ୍ଗିର ଏବଂ ପରେ ବୁର୍ଲା ମେଡିକାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଇଛି ।  ଘଟଣାର ୧୧ ଦିନ ପରେ ମଧ୍ୟ ସଦର ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନଥିବାରୁ, ଆଜି କେଶବଙ୍କ ପରିବାର ଏବଂ ଗାଁର ଶତାଧିକ ମହିଳା  ଏବଂ ପୁରୁଷ ବଲାଙ୍ଗିର ଏସ୍.ଡି.ପି.ଓଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ।

ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍.ଡି.ପି.ଓ ଶ୍ରୀମନ୍ତ ବାରିକ ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ହଟିଥିଲେ ଆନ୍ଦୋଳନକାରୀ।

Related story