ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେଲା କେମିଶନରେଟ ପୋଲିସ ଅଧିକାରୀଙ୍କ ଭିଡିଓ। ଯେଉଁଥିରେ ରାଜଧାନୀର ଏକ ପୋଲିସ ଥାନାର ଏଏସ୍‌ଆଇ ନିଶାଶକ୍ତ ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି। ସେତେବେଳେ ଏଏସ୍‌ଆଇ ଜଣକ ପୁରା ଡ୍ରେସରେ ଥିବା ଭାଇରାଲ ଭିଡିଓରେ ସ୍ପଷ୍ଟ ଦର୍ଶାଉଛି। ଡ୍ୟୁଟିରେ ଥିବା ଅବସ୍ଥାରେ ନିଶାଶକ୍ତ ହୋଇ ପଡିଥିବାରୁ ଶକ୍ତ କାର୍ଯାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି। ସେପଟେ ବଡି କ୍ୟାମେରା ଲଗାଇ ଡ୍ୟୁଟି କରୁଥିବା ଟ୍ରାଫିକ କର୍ମଚାରୀଙ୍କୁ ତାଗିଦ କରିଛନ୍ତି ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ। ବଡିକ୍ୟାମେରାର ଯେପରୀ ଦୁରୁପୋଯୋଗ ନହୁଏ ଓ ଏହାର ବ୍ୟବାହର ପାଇଁ ଯାହା ଏସ୍‌ଓପି ରହିଛି, ତାକୁ ମାନିବାକୁ ପୋଲିସ କମିଶନର କହିଛନ୍ତି।</p> <p>ନିକଟରେ ଜଣେ ଟ୍ରାଫିକ ପୋଲିସ ଲାଞ୍ଚ ନେବା ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ଉକ୍ତ କର୍ମଚାରୀଙ୍କୁ ସପପେଣ୍ଡ କରାଯାଇଥିଲା। ଏହି ଘଟଣା ନଥମୁଣୁ ପୁଣି ଭାଇରାଲ ହୋଇଛି ଜଣେ ପୋଲିସ କର୍ମଚାରୀଙ୍କ ଭିଡ଼ିଓ। ଯାହା କମିଶନରେଟ୍‌ ପୋଲିସର ଚିନ୍ତା ବଢ଼ାଇ ଦେଇଛି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।